29.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗସିବିଏସଇ ବୋର୍ଡ ପରୀକ୍ଷା ୨୦୨୧: ତାରିଖ ନେଇ ହେଲା ବଡ ଘୋଷଣା

ସିବିଏସଇ ବୋର୍ଡ ପରୀକ୍ଷା ୨୦୨୧: ତାରିଖ ନେଇ ହେଲା ବଡ ଘୋଷଣା

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଦ୍ୱାରା ଆୟୋଜିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୨୧ରେ ଭାଗ ନେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ ଖବର ରହିଛି । ଏହି ପରୀକ୍ଷା କେବେ ଅନୁଷ୍ଠିତ ହେବ ସେ ନେଇ ଘୋଷଣା କରାଯାଇଛି । ଏନେଇ ପରୀକ୍ଷା ନିୟୋଜକ ସାନୟମ ଭରଦ୍ୱାଜ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ସିବିଏସଇ ବୋର୍ଡ ପରୀକ୍ଷା ଫେବୃୟାରୀ ୨୦୨୧ରେ ଅନୁଷ୍ଠିତ ହେବ । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ବର୍ତମାନ ପରୀକ୍ଷା ପାଇଁ ତାରିଖ ଘୋଷଣା କରିବା ଠିକ ହେବ ନାହିଁ । ତାରିଖ ଘୋଷଣା କରିବା ପୂର୍ବରୁ ସିବିଏସଇ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବ । ବର୍ତମାନ ବୋର୍ଡ ପରୀକ୍ଷା ସ୍ଥଗିତ କରିବାର କୌଣସି ଯୋଜନା ନଥିବା ସେ କହିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ନିଷ୍ପତ୍ତି ନେବ । ଅନଲାଇନ ପରୀକ୍ଷା ନେଇ ମଧ୍ୟ କୌଣସି ସମ୍ଭାବନା ନାହିଁ । ସେଥିପାଇଁ ସୋସିଆଲ ମିଡିଆରେ ଘୂରିବୁଲୁଥିବା ମିଛ ଖବରରୁ ଛାତ୍ରଛାତ୍ରୀ ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking