39.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗକାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ

କାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ ରହିବ । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମାତ୍ର ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ବଜାୟ ରହିବ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କୃଷି ବିଲକୁ ପ୍ରତ୍ୟାହାର ଦାବିରେ ଚାଷୀମାନେ  ଦୀର୍ଘ ୧୨ ଦିନରୁ ଉର୍ଦ୍ଧ୍ବ ସମୟ ଧରି  ଆନ୍ଦୋଳନ ଚଳାଇଛନ୍ତି।  ଦିଲ୍ଲୀକୁ ଚାଷୀମାନେ ଚାରିଆଡୁ ଘେରିକି ରହିଛନ୍ତି।  ବିରାଟ ଚାଷୀ ଆନ୍ଦୋଳନ ଦେଖି   କେନ୍ଦ୍ର ସରକାର  ସେମାନଙ୍କ ସହ ଆଲୋଚନା କରିଛନ୍ତି।  ୫ଟି ପର୍ଯ୍ୟାୟରେ ସରକାରଙ୍କ ସହ ଆଲୋଚନା ହୋଇଥିଲେ ବି ତାହା ବିଫଳ ହୋଇଛି।  ଏଣୁ ଚାଷୀମାନେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି।  ବିଜେପି ଓ ତାର ସହଯୋଗୀ ଦଳକୁ ଛାଡି ଦେଲେ ଅନ୍ୟ ଦଳଗୁଡିକ  ସମର୍ଥନର ହାତ ବଢାଇଛନ୍ତି । ଆଉ ଏକ କଥା ଦେଖିବାକୁ ଗଲେ ବର୍ତମାନ ଓଡିଶାରେ ସରକାରରେ ବିଜେଡି ଦଳ ରହିଛି । ଯଦିଓ ସିଧାସଳଖ ଶାସକ ବିଜେଡି ଏହାକୁ ସମର୍ଥନ କରୁନାହିଁ, ମାତ୍ର ସମାଲୋଚନା ଶିକାର ବର୍ତିବାରୁ ସରକାର ଆସନ୍ତା କାଲି ସମସ୍ତ ସରକାରୀ ଅଫିସ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking