32.1 C
Bhubaneswar
Friday, April 26, 2024
Homeଓଡିଶାପୁରୀ ଗଲେ ମୁଖ୍ୟ ଶାସନ ସଚିବ, ଡିଜିପି

ପୁରୀ ଗଲେ ମୁଖ୍ୟ ଶାସନ ସଚିବ, ଡିଜିପି

ଭୁବନେଶ୍ବର: ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ସେମାନେ ଯାଉଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ପ୍ରଦାନ କରିଛନ୍ତି । ଏବେ ରଥଯାତ୍ରା ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନଜର ରଖିବା ପାଇଁ ସେମାନେ ପୁରୀରେ କ୍ୟାମ୍ପ କରି ରହିବେ । ଏହାସହ ପରିସ୍ଥିତି ଉପରେ ନଜର ରଖିବେ ବୋଲି ସୂଚନା ମିଳିଛି ।
ସୂଚନାେଯାଗ୍ୟ, ରାତି ପାହିଲେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା। ଆଉ କିଛି ସମୟ ପରେ ରଥଯାତ୍ରା ମାମଲାରେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଦ୍ୱାରା ଣୁଣାଣି କରାଯିବ । ଅନ୍ୟପଟେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବର୍ତ୍ତମାନ ଚାଲିଛି ରୁଦ୍ଧ ଦ୍ୱାର ବୈଠକ। ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେଉଛି । ସୁପ୍ରିମକୋର୍ଟର ଶୁଣାଣି ପରେ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା ହେଉଥିବାର ସୂଚନା ମିଳିଛି । ରଥଯାତ୍ରା ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି। ଏଥିପାଇଁ ସେ ସମ୍ମତି ପ୍ରକାଶ କରିଛନ୍ତି । ଆଉ ଅଳ୍ପ କିଛି ସମୟ ପରେ ଏନେଇ ଶୁଣାଣି ଆରମ୍ଭ ହେବ। ନାଗପୁର ସ୍ଥିତ ଘରୁ ଭିଡ଼ିଓ କନଫରେନସିଂ ଜରିଆରେ ଶୁଣାଣି କରିବେ ମୁଖ୍ୟ ବିଚାରପତି ଏସ୍ . ଏ ବୋବଡ଼େ। ତିନିଜଣିଆ ଖଣ୍ଡପୀଠ ସିଜେଆଇ ଏସ୍ .ଏ ବୋବଡ଼େ , ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ଏ ଏସ ବୋପନ୍ନା। ଏହି ତିନି ଜଣିଆ ଖଣ୍ଡପୀଠ ଗତ ୧୮ ତାରିଖରେ ମଧ୍ୟ ଶୁଣାଣି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking