27.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ବରରେ ଆଉ ୧୧ ନୂଆ ପଜେଟିଭ

ଭୁବନେଶ୍ବରରେ ଆଉ ୧୧ ନୂଆ ପଜେଟିଭ

ଭୁବନେଶ୍ବର: ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜଧାନୀ ଭୁବନେଶ୍ବରରେ ଆଉ ନୂଆ ୧୧ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ହୋମ କ୍ଵରେଣ୍ଟିନେ ରେ ଥିଲେ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ମଞ୍ଚେଶ୍ୱର ଅଂଚଳରୁ ୬ଟି କେସ ରହିଛି । ସେମାନେ ସମସ୍ତେ ଉରପ୍ରଦେଶର ହୋଇଥିବା ବେଳେ ଜୁନ ୧୦ ତାରିଖରେ ଆସି କନଷ୍ଟ୍ରକସନ କାମ ଏଠାରେ କରୁଥିଲେ । ସେମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ବୟସ ଯଥାକ୍ରମେ ୩୩, ୪୦, ୫୫, ୩୦,୨୧ ଓ ୨୨ ବର୍ଷ ବୋଲି ସୂଚନା ମିଳିଛି । ସେହିଭଳି ଆଉ ଗୋଟିଏ କେସ ମଧ୍ୟ ମଞ୍ଚେଶ୍ୱର ଅଂଚଳରୁ ରହିଛି । ପଶ୍ଚିମବଙ୍ଗର ଜଣେ ୨୭ ବର୍ଷୀୟ ବ୍ୟକ୍ତି ଜୁନ ୧୧ ତାରିଖରେ ଆସି ଭୁବନେଶ୍ବର ମଂଚେଶ୍ବରରେ କାମ କରୁଥିଲେ । ସେହିଭଳି ଆଉ ଜଣେ ମଧ୍ୟ ୩୩ ବର୍ଷୀୟ ଯୁବକ ପଶ୍ଚିମବଙ୍ଗର ଗତ ଜୁନ ୧୧ ତାରିଖରେ ଆସି ସେ ଭୁବନେଶ୍ବର ବାଣିବିହାରରେ ଏକ ଠିକା କାମରେ ନିୟୋଜିତ ଅଛନ୍ତି । ଅନ୍ୟପଟେ ଆଉ ତିନୋଟି କେସରେ ସମସ୍ତ ପୁରୁଷ ରେଳ ବିଭାଗ କର୍ମଚାରୀ ହୋଇଥିବା ବେଳେ ସେମାନଙ୍କର ବୟସ ଯଥାକ୍ରମେ ୬୦,୨୮ ଓ ୩୮ ବୟସ ସହ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ଏନେଇ ଆଜି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେଁ  ସୂଚନା ଜାରି କରାଯାଇଛି । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୬ରେ ପହଂଚିଥିବା ବେଳେ ୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୯ଟି ଆକ୍ଝିଭ କେସ ରହିଛି । ଅନ୍ୟପଟେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପୂର୍ବରୁ କରୋନା ରେ ଆକ୍ରାନ୍ତ ହୋଇଥିବା ଜଣେ ରେଳ ବିଭାଗର କର୍ମଚାରୀଙ୍କର ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking