28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୈସୂରରେ କାର-ବସ୍ ଧକ୍କା; ୧୦ ମୃତ, ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କଲେ...

ମୈସୂରରେ କାର-ବସ୍ ଧକ୍କା; ୧୦ ମୃତ, ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକର ମୈସୂର ପାଖ ତିରୁମାକୁଡାଳୁ ନରସିଂହପୁରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର-ବସ୍ ମଧ୍ୟରେ ଜୋରଦାର ଧକ୍କା ହୋଇଛି । ଉକ୍ତ ଦୁର୍ଘଟଣାରେ ୨ ନାବାଳକଙ୍କ ସହ ୧୦ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ମୈସୂରର ତିରୁମାକୁଡାଳୁ ନରସିଂହପୁରାରେ ଇନୋଭା କାର ଓ ବସ୍ ମଧ୍ୟରେ ହୋଇଥିବା ଜୋରଦାର ଧକ୍କାରେ କାର୍ ଓ ବସ୍ ଉଭୟ କ୍ଷତିଗ୍ରସ୍ତ ହୋଇଛି। କାର୍‌ରେ ବସିଥିବା ଲୋକଙ୍କ ମଧ୍ୟରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ମୈସୂରର ଏସପି ସୀମା ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରଖିଛି । ମୃତଦେହକୁ କାରରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ସେପଟେ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି ।

https://twitter.com/CMofKarnataka/status/1663161104066035713?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1663161104066035713%7Ctwgr%5E7ae450b24a77acb1b28acef94bca274a27844c32%7Ctwcon%5Es1_c10&ref_url=https%3A%2F%2Fwww.prameya.com%2Fcar-bus-accident-in-karnatakas-mysuru%2F

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking