33.1 C
Bhubaneswar
Saturday, April 27, 2024
Homeଓଡିଶାଟିମ କ୍ଲିନ ସିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ

ଟିମ କ୍ଲିନ ସିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ

ଭୁବନେଶ୍ୱର : ଗଣଦୁଷ୍କର୍ମର ପରେ ଦୁଷ୍କର୍ମ କାରୀଙ୍କ ହତ୍ୟାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ୨ ଜଣ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆଜି ଦକ୍ଷିଣ ଓଡ଼ିଶାର ସ୍ବେଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିସହ ମୃତ୍ୟୁ ବରଣ କରିଥିବା ୨ ଯୁବତୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଉତର ପ୍ରଦେଶ ର ହାସରଥ ଠାରେ ଘଟିଥିବା ମନୀଷା ଗଣଦୁଷ୍କର୍ମ ପରେ ହତ୍ୟା ମାମଲା ଓ ଗଞ୍ଜାମ ଜିଲ୍ଲା କେ ନୂଆ ଗାଁ ଦେଖାଲି ଅଂଚଳରେ ଗଣଦୁଷ୍କର୍ମ ଉଦ୍ୟମ ପରେ ହତ୍ୟାର ଶିକାର ହୋଇଥିବା ଯୁବତୀ ପ୍ରମୋଦିନି ନାୟକଙ୍କୁ ନ୍ୟାୟ ଦେବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଟିମ କ୍ଲିନ ସିଟି ର ସଦସ୍ୟ ମାନେ କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଶାନ୍ତିପୂର୍ଣ୍ଣ ଭାବେ ଦାବି କରିଥିଲେ। ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଟିମ ସଦସ୍ୟ ମାନେ ଏକାଠି ହୋଇ କ୍ୟାଣ୍ଡେଲ ଜଳାଇ ଉଭୟ ଯୁବତୀଙ୍କୁ ନ୍ୟାୟ ଦେବା ନେଇ ଦାବି କରିଥିଲେ। ଏଥିରେ ଟିମ କ୍ଲିନ ସିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking