34.1 C
Bhubaneswar
Friday, March 29, 2024
Homeଓଡିଶାନୀଳଶୈଳ ବିଶ୍ୱଭରି ଓଡ଼ିଆଙ୍କୁ ଯୋଡ଼ିବ : ପ୍ରତିଷ୍ଠା ଦିବସ ର ସଂକଳ୍ପ

ନୀଳଶୈଳ ବିଶ୍ୱଭରି ଓଡ଼ିଆଙ୍କୁ ଯୋଡ଼ିବ : ପ୍ରତିଷ୍ଠା ଦିବସ ର ସଂକଳ୍ପ

କଟକ/ ଭୁବନେଶ୍ୱର/ଚେନ୍ନାଇ/ବେଙ୍ଗାଳୁରୁ/ ନୂଆଦିଲ୍ଲୀ/ୱାସିଂଟନ/ କୀଓଟୋ, .: ନୀଳଶୈଳ ବିଶ୍ୱ ଭରି ଓଡ଼ିଆଙ୍କୁ ଯୋଡ଼ିବା ପାଇଁ ସଂକଳ୍ପବଦ୍ଧ ବୋଲି ଘୋଷଣା କରାଯାଇଛି | ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ନୀଳଶୈଳ ର ୪୮ ତମ ବାର୍ଷିକ ଭରଚୁଆଲ ସମାରୋହ ର ଶୁଭାରମ୍ଭ କରି ଏହାର ମୁଖ୍ୟ ଉପଦେଷ୍ଟା ମୁରଲୀ ଶର୍ମା ଦେଶ ବିଦେଶ ର ଓଡ଼ିଆ ସଂପ୍ରଦାୟ,ଓଡ଼ିଶା ର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସାହିତ୍ୟ, ଭାଷା, ଭାସ୍କର୍ଯ୍ୟ, ପରିପାଟ୍ଟୀ,ପର୍ଯ୍ୟଟନ ଓ ବ୍ୟଞ୍ଜନ ର ପ୍ରଚାର, ପ୍ରସାର ପାଇଁ ନୀଳଶୈଳ ର ମଞ୍ଚ ତଳେ ଏକଜୁଟ ହେବାକୁ ଆହ୍ବାନ ଜଣାଇଥିଲେ | ଇଣ୍ଟରନେଟ ସମାବେଶ ରେ ସ୍ୱାଗତ ଭାଷଣ ପ୍ରଦାନ କରି ନୀଳଶୈଳ ର ସଭାପତି ପ୍ରଖ୍ୟାତ ଆଇନଜିବୀ ଧରଣୀଧର ନାୟକ ରାଜ୍ୟ ହାଇକୋର୍ଟ ର ନାମ ଉଚ୍ଚାରଣ ଓରିଶା ପରିବର୍ତେ ଓଡ଼ିଶା ହାଇକୋର୍ଟ ହେବା ଆବଶ୍ୟକ ବୋଲି କହିଥିଲେ | ୱେବ ଉତ୍ସବ ରେ ଉଦବୋଧନ ଦେଇ ୱାସିଂଟନ ରେ ଅବସ୍ଥାପିତ ଓସାର ପୂର୍ବତନ ସଭାପତି ଅନାଦି ନାୟକ, ବିଦେଶ ରେ ବସବାସ କରୁଥିବା ଓଡ଼ିଆ ଯୁବପିଢୀଙ୍କୁ ରାଜ୍ୟର ଭାଷା, ଖାଦ୍ୟ ଏବଂ ଜୀବନଶୈଳୀ ସଂପର୍କ ରେ ସଚେତନ କରାଇବା ଦିଗରେ ନୀଳଶୈଳ ପରିବାରକୁ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ | ନୀଳଶୈଳ ର ପ୍ରତିଷ୍ଠାତା ରାଜକିଶୋର ରାଜ ସ୍ମୃତି ପରିଷଦ ର ସଭାପତି ବିଚାରପତି ମନୋରଞ୍ଜନ ମହାନ୍ତି, ଶୃଙ୍ଖଳିତ ଜୀବନ ର ଅନ୍ୟନାମ ନୀଳଶୈଳ ବୋଲି ଦର୍ଶାଇ, ଏହି ସଂଗଠନ ର ମହାନ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଉପଦେଶ ଦେଇଥିଲେ | ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା, ନୀଳଶୈଳ କୁ ସାଥୀରେ ନେଇ ସାରା ପୃଥବୀ ର ଓଡିଆ ମାନଙ୍କୁ ଓଡ଼ିଶାର ବିକାଶ ସକାଶେ ବ୍ରତୀ କରାଇବା, ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ | ଅସୀମ ଓଡ଼ିଶା ର ମୁଖ୍ୟ ପ୍ରୋତ୍ସାହକ ନୀହାର ସାମନ୍ତରା, ଓଡ଼ିଶାର ବୃହତ ପ୍ରଗତି ଅଭିପ୍ରାୟରେ କାର୍ଯ୍ୟରତ ଅସୀମ ଓଡ଼ିଶା ସହିତ ଦେଶ ବିଦେଶର ଶହେରୁ ଉର୍ଦ୍ଧ୍ବ ଓଡ଼ିଆ ସଂଗଠନ ସାମିଲ ହୋଇ ସାରିଥିବା ଜଣାଇଥିଲେ | ବେଙ୍ଗାଳୁରୁ ର ସମାଜସେବୀ ମନୋଜ ପାତ୍ର କରୋନା ମହାମାରୀ ସମୟରେ ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କର ଥଇଥାନ ପାଇଁ କରାଯାଇଥିବା ବ୍ୟାପକ ସେବା କାର୍ଯ୍ୟ ସଂପର୍କରେ ଉଲ୍ଲେଖ କରିଥିଲେ | ସୁପ୍ରିମ କୋର୍ଟର ଆଇନଜୀବୀ ସଂଜୀବ ମହାନ୍ତି ବିଚ୍ଛିନ୍ନାଞ୍ଚଳ ଓ ପ୍ରବାସ ରେ ରହୁଥିବା ଓଡ଼ିଆ ମାନଙ୍କର ମଙ୍ଗଳ ପାଇଁ ଓଡ଼ିଶା ପଜିଟିଭ ସଂସ୍ଥାକୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ | ଜାପାନ ସ୍ଥିତ ଭାରତୀୟ ସାଂସ୍କୃତିକ ପ୍ରତିନିଧି କୁନା ଦାଶ, ଓଡ଼ିଶାକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରାଯିବା ଉଦ୍ଧେଶ୍ୟରେ ଓଡ଼ିଆ ଖାଦ୍ୟ କୁ ଲୋକପ୍ରିୟ କରାଯିବା ସାଙ୍ଗକୁ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ସ୍ୱଚ୍ଛ ଓ ସୁନ୍ଦର କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ |

ଭାରତୀୟ ଏନ.ଜି.ଓ.ଫେଡେରେସନ ର ସାଧାରଣ ସଂପାଦକ ଡ଼ଃ ରବିନାରାୟଣ ବେହେରା, ଓଡ଼ିଆ ସ୍ୱାଭିମାନ କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରାଯିବା ଉପରେ ଜୋର ଦେଇଥିଲେ | ବିଜୟିନୀ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ରୀତା ପାତ୍ର ମହାମାରୀ ସମୟରେ ଓଡ଼ିଆମାନଙ୍କର ସକ୍ରୀୟ ଭୁମିକା, ଆମର ପାରଦର୍ଶିତା ର ସ୍ଵାକ୍ଷର ବହନ କରୁଥିବା କହିଥିଲେ | ରଜନୀକାନ୍ତ ପଣ୍ଡା, ଭୁବନେଶ୍ୱର ଠାରେ ନୀଳଶୈଳ ଭବନ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ | ବିଲଡ଼ ଇଣ୍ଡିଆର ପ୍ରତିଷ୍ଠାତା ବିରଜା ମହାପାତ୍ର, ଆମର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଭଳି ଓଡ଼ିଆମୀ ସମସ୍ତ ସୀମା ରେଖାର ଉର୍ଦ୍ଧ୍ବରେ ବୋଲି ଉଲ୍ଲେଖ କରିଥିଲେ | କୂଳମଣୀ ନାୟକ, ବିଶ୍ୱ ଓଡ଼ିଆଙ୍କୁ ଏକାଠି କରିବାରେ ରାଜକିଶୋର ରାଜଙ୍କର ଭୁମିକା ଉଲ୍ଲେଖ ଯୋଗ୍ୟ ଥିଲା ବୋଲି ସୁଚାଇଥିଲେ | ଅନଲାଇନ ସମ୍ମିଳନୀ କୁ ସମ୍ବୋଧନ କରି ବିଶ୍ୱ ଓଡ଼ିଆ ସମ୍ମିଳନୀ ର ଆବାହକ ବରିଷ୍ଠ ସାମ୍ବାଦିକ କିଶୋରେ ଦ୍ୱିବେଦୀ, ଓଡ଼ିଆ ଜାତି ର ଉତ୍କର୍ଷତା ଓ ଶ୍ରେଷ୍ଠତ୍ଵ ଅବିସାମ୍ବାଦିତ ବୋଲି କହିଥିଲେ | ନୀଳଶୈଳ ର ସାଧାରଣ ସଂପାଦକ ବିଭୁପ୍ରସାଦ ନାୟକ (ବ୍ୟଙ୍ଗକବି ଧର୍ମଛଡ଼ା) ଧନ୍ୟବାଦ ଅର୍ପଣ କରିଥିଲେ |
ସମଗ୍ର ଡିଜିଟାଲ ମହୋତ୍ସବ ର ଆୟୋଜନ କୁ ସୁପରିଚାଳନା କରିବାରେ ନୀଳଶୈଳ ର ଉପଦେଷ୍ଟା ସଜ୍ଜନ ଶର୍ମା, କୋଷାଧ୍ୟକ୍ଷ ଶକ୍ତିଶଙ୍କର ରାଜ ଏବଂ କାର୍ଯ୍ୟାଳୟ ସଂପାଦକ ସୌମ୍ୟଶଙ୍କର ରାଜ ପ୍ରମୁଖ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking