36.1 C
Bhubaneswar
Thursday, May 2, 2024
Homeଖେଳକ୍ୟାଣ୍ଡିଡେଟ୍‌ସ ଚେସ୍‌: ପ୍ରଜ୍ଞାନାନନ୍ଦ, ଗୁଜରାଟୀ ପରାଜିତ; ଡ୍ର’ ପରେ ସଂଯୁକ୍ତ ଦ୍ୱିତୀୟରେ ଗୁକେଶ

କ୍ୟାଣ୍ଡିଡେଟ୍‌ସ ଚେସ୍‌: ପ୍ରଜ୍ଞାନାନନ୍ଦ, ଗୁଜରାଟୀ ପରାଜିତ; ଡ୍ର’ ପରେ ସଂଯୁକ୍ତ ଦ୍ୱିତୀୟରେ ଗୁକେଶ

ନୂଆଦିଲ୍ଲୀ: କାନାଡାର ଟରଣ୍ଟୋରେ ଚାଲିଥିବା କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ୍‌ର ଏକାଦଶ ରାଉଣ୍ଡ୍‌ରେ ଟପ୍ ସିଡ୍ ଫେବିୟାନୋ କାରୁଆନାଙ୍କ ସହ ଡ୍ର’ ଖେଳିବା ଫଳରେ ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍ ଡି. ଗୁକେଶ ସଂଯୁକ୍ତ ଦ୍ୱିତୀୟ ସ୍ଥାନକୁ ଖସିଆସିଛନ୍ତି । ଅନ୍ୟପକ୍ଷରେ ଭାରତର ପ୍ରଜ୍ଞାନାନନ୍ଦ ଓ ବିଦିତ୍ ଗୁଜରାଟୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଜ୍ଞାନାନନ୍ଦଙ୍କୁ ଆମେରିକାର ହିକାରୁ ନକାମୁରା ଏବଂ ଗୁଜରାଟୀଙ୍କୁ ରୁଷର ଇୟାନ୍ ନେପୋମ୍ନିୟାଶ୍ଚି ହରାଇଛନ୍ତି । ଅନ୍ୟ ମୁକାବିଲାରେ ଫ୍ରାନ୍ସର ଫିରୋଜ ଅଲିରାଜା ଆଜରବୈଜାନ୍‌ର ନିଜାତ୍ ଅବାସୋଭ୍‌ଙ୍କୁ ହରାଇ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ରେ ଆଉ ତିନି ରାଉଣ୍ଡ୍ ବାକି ଥିବାବେଳେ ନେପୋମ୍ନାୟାଶ୍ଚି ଲଗାତାର ତୃତୀୟ ଥର ପାଇଁ ଟାଇଟଲ୍‌ର ପ୍ରବଳ ଦାବିଦାର ମନେ ହେଉଛନ୍ତି । ରୁଷ୍ ଉପରେ ପ୍ରତିବନ୍ଧନ ଲାଗିଥିବା ନୋପୋମ୍ନାୟାଶ୍ଚି ଫିଡେ ପତାକା ଅଧୀନରେ ଖେଳୁଛନ୍ତି । ସେ ୧୧ରୁ ୭ ପଏଣ୍ଟ୍ ନେଇ ଏକକ ଅଗ୍ରଣୀ ଲାଭ କରିଛନ୍ତି । କାରୁଆନା, ନକାମୁରା ଏବଂ ଗୁକେଶ ତାଙ୍କଠାରୁ ଅଧାପଏଣ୍ଟ୍ ପଛରେ ରହିଛନ୍ତି । ପ୍ରଜ୍ଞାନାନନ୍ଦଙ୍କ ୫.୫ ଏବଂ ଗୁଜରାଟୀଙ୍କ ୫ ପଏଣ୍ଟ ହୋଇଛି । ମହିଳା ବର୍ଗରେ ଚୀନ୍‌ର ଝୋଙ୍ଗ୍‌ୟି ତାନ୍‌ଙ୍କୁ ଏକକ ଅଗ୍ରଣୀ ମିଳିଥିବା ବେଳେ ତାଙ୍କ ଦେଶର ଟି ଲେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ବୈଶାଳୀ ଟପ୍ ସିଡ୍ ରୁଷର ଆଲେକ୍‌ଜାଣ୍ଡ୍ରା ଗୋରିୟାସ୍କିନାଙ୍କୁ ପରାଜିତ କରିଥିବା ବେଳେ କୋନେରୁ ଅମ୍ପି ବୁଲ୍‌ଗେରିୟାର ନୁରଗୁଲ ସଲିମୋଭାଙ୍କୁ ମାତ୍ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking