28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌

ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ୧୯ ଏପ୍ରିଲ ୨୦୨୪ରେ ହେବ । ବିଶେଷକରି ଏହି ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ତାମିଲନାଡୁର ୩୯ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣତଟ ରେଳବାଇ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଚେନ୍ନାଇ କେନ୍ଦ୍ରୀୟ ରେଳ ଷ୍ଟେସନରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଦକ୍ଷିଣ ରେଳବାଇ ଘୋଷଣା କରିଛି । ଦକ୍ଷିଣ ରେଳବାଇ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଚେନ୍ନାଇରୁ ବେଙ୍ଗାଲୁରୁର ହ୍ୱାଇଟ୍‌ଫିଲ୍ଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଏହି ସମୟରେ ଡାଉନ୍ ଟ୍ରେନ୍ ମଧ୍ୟ ଚଳାଚଳ କରିବ । ଏଥିରେ ଏସି ପ୍ରଥମ ଶ୍ରେଣୀ ବ୍ୟତୀତ ଦୁଇଟି ଏସି ଟୁ ଟାୟାର, ଏସି ୩ ଟାୟାର, ସ୍ଲିପର କୋଚ ଏବଂ ତିନୋଟି ସାଧାରଣ କୋଚ୍ ମଧ୍ୟ ରହିବ । ତେବେ ଚେନ୍ନାଇ ଏବଂ ବେଙ୍ଗାଲୁରୁ ବ୍ୟତୀତ ଦକ୍ଷିଣ ରେଳବାଇ ମଧ୍ୟ ତାମ୍ବରମ୍ ଏବଂ କନ୍ୟାକୁମାରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ତାମିଲନାଡୁରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଦକ୍ଷିଣ ରେଳବାଇ ମଧ୍ୟ ଚେନ୍ନାଇ ଏଗମୋର-କୋଏମ୍ବାଟୁର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଦକ୍ଷିଣ ରେଳବାଇର ଏହି ଘୋଷଣା ଦ୍ୱାରା ଭୋଟରମାନଙ୍କୁ ନିଜ ନିର୍ବାଚନୀ ମଣ୍ଡଳୀରେ ଭୋଟ୍ ଦେବା ଏବଂ ପୁନଃ ନିଜ କାର୍ଯ୍ୟ ସ୍ଥାନକୁ ଫେରିବାରେ ବେଶ୍ ସୁବିଧା ହେବ ବୋଲି ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking