28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ‘ଟାଇମ୍ସ’ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ସୂଚୀରେ ସାକ୍ଷୀ ମଲିକ

‘ଟାଇମ୍ସ’ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ସୂଚୀରେ ସାକ୍ଷୀ ମଲିକ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜୟିନୀ ଭାରତୀୟ ପହେଲମାନ ସାକ୍ଷୀ ମଲିକ୍‌ଙ୍କୁ ‘ଟାଇମ୍ସ’ ମାଗାଜିନ୍ ୨୦୨୪ର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚୀରେ ସାମିଲ କରିଛି । ଭାରତୀୟ କୁସ୍ତି ସଂଘ (ଡବ୍‌ଲ୍ୟୁଏଫ୍‌ଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ମହିଳା ପହେଲମାନଙ୍କୁ କଥିତ ଯୌନ ଉତ୍ପୀଡ଼ନ ବିରୋଧରେ ଲଢ଼େଇ ପାଇଁ କୁସ୍ତିରେ ଭାରତର ଏକମାତ୍ର ମହିଳା ଅଲିମ୍ପିକ୍ ପଦକ ବିଜୟିନୀ ସାକ୍ଷୀଙ୍କୁ ଏହି ସୂଚୀରେ ସାମିଲ କରାଯାଇଛି । ସୂଚୀରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଭିନେତ୍ରୀ ଆଲିୟା ଭଟ୍ଟ, ଇଣ୍ଡୋ-ବ୍ରିଟିଶ୍ ଅଭିନେତା ଦେବ ପଟେଲ୍ ଏବଂ ମାଇକ୍ରୋସଫ୍ଟ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତ୍ୟା ନାଡ଼େଲା ଅଛନ୍ତି । ସାକ୍ଷୀ ଦୁଇଥରର ବିଶ୍ୱ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ ବିଜୟିନୀ ବିନେଶ୍ ପୋଗଟ୍ ଏବଂ ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ବଜରଙ୍ଗ ପୁନିଆଙ୍କ ସହ ଦିଲ୍ଲୀର ଜନ୍ତର-ମନ୍ତରରେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଦେଶର ମହିଳା ପହେଲମାନଙ୍କ ଭୟଭୀତ କରାଇବା ଏବଂ କଥିତ ଭାବେ ଯୌନ ଉତ୍ପୀଡ଼ନ ପାଇଁ ବ୍ରିଜ୍‌ଭୂଷଣଙ୍କ ଗିରଫ ପାଇଁ ସାକ୍ଷୀ ଦାବି କରିଥିଲେ । ଏହି ଲଢ଼େଇ ଏକବର୍ଷ ଧରି ଚାଲିବା ପରେ ସିଂହଙ୍କ ବିରୋଧରେ ଅଭିଯୋଗ ପତ୍ର ଦାୟର କର।।ଇଥିଲା । ମାତ୍ର ସେ ଅଭିଯୋଗକୁ ଅସ୍ୱୀକାର କରିଥିଲେ । ବ୍ରିଜ୍‌ଭୂଷଣ ପଦରୁ ଇସ୍ତଫା ଦେବାର କିଛିଦିନ ପରେ ତାଙ୍କ ନିକଟତମ ସହଯୋଗୀ ତଥା ବ୍ୟବସାୟିକ ପାର୍ଟନର୍ ସଞ୍ଜୟ ସିଂହଙ୍କୁ ଡବ୍‌ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିଲା । ସଞ୍ଜୟ ସିଂହ ଯେଉଁଦିନ ପଦଭାର ସମ୍ଭାଳିଥିଲେ, ସେହିଦିନ ସାକ୍ଷୀ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking