27.1 C
Bhubaneswar
Friday, October 18, 2024
Homeଓଡିଶାବସ୍‌କୁ ପିଟିଲା ଟ୍ରାକ ; ୧୫ ଜଣ ଆହତ

ବସ୍‌କୁ ପିଟିଲା ଟ୍ରାକ ; ୧୫ ଜଣ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟିକାୟାତପାଲି ଥାନା ଯାତ୍ରାଖମଣ ନିକଟରେ ଦୁର୍ଘଟଣା । ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁପମା ନାମକ ଏକ ବସ୍‌ଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା । ଏହି ସମୟରେ ଦ୍ରୁତରେ ଆସୁଥିବା ଏକ ଟ୍ରକ ସହିତ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଜାତୀୟ ରାଜପଥ ୧୪୩ ନମ୍ବର ଯାତ୍ରାଖମଣ ନିକଟରେ ପିଟି ହୋଇଥିଲା। ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ସଂପର୍କରେ ଖବର ପୋଲିସ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ବଣାଇ ଏବଂ ରାଉରକେଲା ମେଡିକାଲକୁ ଚିକିତ୍ସା ଲାଗି ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking