27.1 C
Bhubaneswar
Saturday, July 27, 2024
Homeଓଡିଶାଆଜି ଗଞ୍ଜାମ ଜିଲ୍ଲାରେ ଗଡିବ ‘ଲକ୍ଷ୍ମୀ’ ବସ୍

ଆଜି ଗଞ୍ଜାମ ଜିଲ୍ଲାରେ ଗଡିବ ‘ଲକ୍ଷ୍ମୀ’ ବସ୍

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ଏହାକୁ ଆଜି ଭର୍ଚ୍ଚୁଆଲରେ ମାଧ୍ୟମରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜ୍ଝ ଜିଲ୍ଲା ସଦର ମହକୁମା ଛତ୍ରପୁର ରୁ ଏହାର ଶୁଭାରମ୍ଭ ହେବ । ଗଞ୍ଜାମ ଜିଲ୍ଲାର ୧୨୪ଟି ରୁଟରେ ୧୨୪ ଲକ୍ଷ୍ମୀ ବସ ଚାଲିବାକୁ ଥିବା ବେଳେ ପ୍ରଥମେ ୪୭ଟି ବସ ଗଡିବ । ପରେ ପର୍ୟ୍ୟାୟ କ୍ରମେ ଅନ୍ୟ ସବୁ ପଞ୍ଚାୟତରେ ଏହି ବସ ଗଡିବ ବୋଲି ସୂଚନା ମିଳିଛି । ତେବେ ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ । ଛାତ୍ରଛାତ୍ରୀ, ମହିଳାମାନେ ମାତ୍ର ୫ ଟଙ୍କାରେ ଏହି ବସରେ ଯିବାଆସିବା କରିପାରିବେ । ବହୁ କମଖର୍ଚ୍ଚରେ ଏହି ସୁବିଧା ଯାତ୍ରୀମାନେ ପାଇପାରିବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ ସଂଯୋଗ ଏହି ଲକ୍ଷ୍ମୀ ବସରେ ପାଇପାରିବେ ଲୋକେ । ବିଭିନ୍ନ ପଞ୍ଚାୟତରେ ଏବେ ଲକ୍ଷ୍ମୀ ବସ ଷ୍ଟପ ସ୍ଥଳ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking