28.1 C
Bhubaneswar
Saturday, July 27, 2024
Homeଓଡିଶାଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ସଂସଦୀୟ କ୍ଷେତ୍ରର ପ୍ରସ୍ତୁତି ଓ ରଣନୀତି ନେଇ ୩ଟି ସ୍ଥାନରେ ଅନୁଷ୍ଠିତ କୋରକମିଟି ବୈଠକରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ । ଗଞ୍ଜାମ, ନବରଙ୍ଗପୁର ଏବଂ ମୟୁରଭଞ୍ଜରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ ରାଜନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତାକୁ କିଭଳି ଲୋକଙ୍କ ପାଖକୁ ପହଞ୍ଚାଯିବ ସେ ସମ୍ପର୍କରେ ଦଳୀୟ ନେତାଙ୍କୁ ସୂଚନା ଦେବେ । ସେହିପରି ଗାଁ ଚାଲ, ବୁଥ୍ ଚାଲ ଅଭିଯାନ୍ ଜରିଆରେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀଙ୍କୁ ଭେଟି ବିଜେପି କର୍ମୀ କଣ କରିବେ ସେ ସମ୍ପର୍କରେ ବିସ୍ତୁତ ବିରରଣୀ ଦେବେ । ବ୍ରହ୍ମପୁର ସହରର ବିବେକ ବିହାରରେ ଗଞ୍ଜାମ ଜିଲ୍ଳାର କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ୨୦ ହଜାରରୁ ଅଧିକ ନେତା ଓ କର୍ମୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ସୂଚନା ଅନୁସାରେ ଏହି ୩ଟି ଜିଲ୍ଳା ଗସ୍ତ କାର୍ୟ୍ୟକ୍ରମରେ ଜନସଭାକୁ ମଧ୍ୟ ଉଦବୋଧନ ଦେବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking