34.1 C
Bhubaneswar
Thursday, March 20, 2025
Homeଅପରାଧଜନ୍ମ କଲା ପୁଅକୁ ହତ୍ୟା କଲା ପିଶାଚ ବାପା

ଜନ୍ମ କଲା ପୁଅକୁ ହତ୍ୟା କଲା ପିଶାଚ ବାପା

ଔପଦା: ମଦ୍ୟପ ବାପାର ବର୍ବର କାଣ୍ଡ । ନିଶାରେ ହରାଇ ବସିଲା ହିତାହିତ ଜ୍ଞାନ । ଭୁଲିଗଲା ରକ୍ତ ସମ୍ପର୍କ ସାଜିଲା ସୈତାନ । ଜନ୍ମ କଲା ପୁଅକୁ ହତ୍ୟା କଲା ପିଶାଚ ବାପା । ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ନିଶାସକ୍ତ ଅବସ୍ଥାରେ ନିଜ ଜନ୍ମ କଲା ପୁଅକୁ ଛୁରୀ ଭୁସି ହତ୍ୟା କଲା ରାକ୍ଷସ ବାପା । ବାଲେଶ୍ୱର ଜିଲାର ଖଇରା ଥାନା ଅନ୍ତର୍ଗତ ନରମା ଗାଁରେ ଘଟିଛି ଏଭଳି ଏକ ଭୟଙ୍କର ଘଟଣା । ଏହି ଗାଁର ଯୋଗେନ୍ଦ୍ର ସିଂ ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଭାବେ ଘରେ ପହଞ୍ଚି ସ୍ତ୍ରୀ ମୁନି ସିଂ ସହିତ ପାଟିତୁଣ୍ଡ କରିଥିଲା । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଲା । ପରେ ଉପେନ୍ଦ୍ର ରାଗିଯାଇ ସ୍ତ୍ରୀକୁ ମାଡ଼ ମାରିବା ଆରମ୍ଭ କରିଥିଲେ । ତେବେ ଏହା ପ୍ରଥମ ନୁହେଁ ଉପେନ୍ଦ୍ର ପ୍ରତିଦିନ ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଫେରନ୍ତି ଏବଂ ସ୍ତ୍ରୀକୁ ମାରପିଟ କରନ୍ତି । ଯାହାକୁ ସହି ପାରିନଥିଲା ବଡ ପୁଅ ।

ମା’କୁ ବଞ୍ଚାଇବାକୁ ଯାଇ ବଡ଼ ପୁଅ ରାଜେଶ ସିଂ ପ୍ରତିବାଦ କରିଥିଲେ । ଏଥିରେ ଯୋଗେନ୍ଦ୍ର ରାଗିଯାଇ ଏକ ଛୁରୀରେ ପୁଅ ରାଜେଶର ଛାତିକୁ ଆକ୍ରମଣ କରିଥିଲେ । ଯାହା ଫଳରେ ରାଜେଶ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତୁରନ୍ତ ରାଜେଶକୁ ଉଦ୍ଧାର କରି ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତି ଥିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ମଧ୍ୟ ଡାକ୍ତର ନଥିଲେ । ଏହା ପରେ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାମୀ ସ୍ତ୍ରୀଙ୍କ କଳିରେ ଯେ ପୁଅ ବଳି ପଡିଯିବ ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ମା’କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବନ । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି ମା’ । ମାକୁ ବଞ୍ଚାଇବାକୁ ଯାଇ ଆଜି ପୁଅ ସୋଇଯାଇଛି ଚିର ନିଦ୍ରାରେ । ଅନ୍ୟପଟେ ପୁଅକୁ ମାରିବା ପରେ ଫେରାର ହୋଇଯାଇଥିଲା ହତ୍ୟାକାରୀ ବାପା । ତେବେ ଖବର ପାଇଁ ଖଇରା ପୋଲିସ ବାପ ଯୋଗେନ୍ଦ୍ରକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ସତରେ ମଦ ନିଶା ମଣିଷକୁ କଣ ଯେ ନ କରାଏ ତାହା ଆପଣ ଏ ଘଟଣାରୁ ଭଲ ଭାବରେ ବୁଝିପାରୁଥିବେ । ମଣିଷ ନିଶାରେ ଥିଲେ ଏମିତି ସବୁ ଅପରାଧ କରେ । ଏହି ନିଶା ପାଇଁ କେତେ ଯେ ପରିବାର ଛାରଖାର ହୋଇଯାଉଛି ନ କହିବା ଭଲ । ଅନ୍ୟପଟେ ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking