27.3 C
Bhubaneswar
Thursday, June 11, 2026
Homeଦେଶ ବିଦେଶପିଓକେରେ ପାକ୍ ସେନାର ବର୍ବରତା: ୧୬ ମୃତ

ପିଓକେରେ ପାକ୍ ସେନାର ବର୍ବରତା: ୧୬ ମୃତ

ନୂଆଦିଲ୍ଲୀ: ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ) ରୁ ଏକ ଅତ୍ୟନ୍ତ ବର୍ବର ଘଟଣା ସାମ୍ନାକୁ ଆସିଛି। ଗୁରୁବାର ଦିନ ପିଓକେର ଇଦଗା ମୈଦାନରେ ମୌଳିକ ଅଧିକାର ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହୋଇଥିବା ହଜାର ହଜାର ନିରୀହ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନୀ ସେନା ଆଖିବୁଜା ଗୁଳିମାଡ଼ କରିଛି। ଏହି ବର୍ବରକାଣ୍ଡରେ ଅତିକମରେ ୧୬ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଶସ୍ତା ଅଟା, ଚାଉଳ, ବିଦ୍ୟୁତ ଓ ନିଜର ମୌଳିକ ସାମ୍ବିଧାନିକ ଅଧିକାର ଦାବି କରି ଏହି ଆନ୍ଦୋଳନ କରୁଥିଲେ, ମାତ୍ର ପାକ୍ ସେନାର ଆକ୍ରମଣ ଯୋଗୁଁ ସମଗ୍ର ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଛି।ଗତ ମଙ୍ଗଳବାର ଦିନ ମଧ୍ୟ ପିଓକେରେ ସୁରକ୍ଷାବଳ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଗୁରୁବାରର ଏହି ବିଶାଳ ସମାବେଶ ମାଧ୍ୟମରେ ଆନ୍ଦୋଳନକାରୀମାନେ ପୂର୍ବ ହିଂସାକାଣ୍ଡର ନ୍ୟାୟ ଏବଂ ପାକିସ୍ତାନ ସରକାରଙ୍କ ବେଆଇନ କାର୍ଯ୍ୟାନୁଷ୍ଠାନ ବିରୋଧରେ ନାରାବାଜି କରୁଥିଲେ, ଯେଉଁଠି ପାକିସ୍ତାନ ସେନା ତା’ର ବର୍ବରତା ଦେଖାଇଛି। ଏହି ସାଂଘାତିକ ଘଟଣା ପରେ ପିଓକେରେ ପାକିସ୍ତାନ ସରକାର ଓ ସେନା ବିରୋଧରେ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଏହି ଅମାନୁଷିକ ଆକ୍ରମଣକୁ ନେଇ ବିଭିନ୍ନ ମାନବାଧିକାର ସଂଗଠନ ଏବଂ ସ୍ଥାନୀୟ ନେତାମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking