23.1 C
Bhubaneswar
Tuesday, February 11, 2025
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଦଶପଲ୍ଲା: ନୟାଗଡ ଦଶପଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ହମ୍ପସରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଗଣିଆ ଥାନା ପଣ୍ଡରାସିଂଗା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଇକ୍ ଚାଳକ ଯୁବକ ଜଣକ ଆହତ ହୋଇଥିବା ସୂଚନା ମିଳିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ସୁଦର୍ଶନ ବରାଳ। ଆଜି ସକାଳେ ସୁଦର୍ଶନ ନାତି ସହ ବାଇକରେ ଗଣିଆ ଯାଉଥିଲେ। ବାଟରେ ହମ୍ପସରେ ଭାରସାମ୍ୟ ହରାଇ ବାଇକରୁ ଖସି ପଡ଼ିଥିଲେ ସୁଦର୍ଶନ। ପରେ ନାତି ମଧ୍ୟ ବାଇକରୁ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ।ଘଟଣାସ୍ଥଳରେ ସୁଦର୍ଶନଙ୍କର ମୃତ୍ୟୁ ଘଟିଥିଲାବେଳେ ତାଙ୍କ ନାତି ଗୁରୁତର ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking