27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫଲୀ ଏସ୍‌. ନରୀମନ୍‌ଙ୍କର ପରଲୋକ

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫଲୀ ଏସ୍‌. ନରୀମନ୍‌ଙ୍କର ପରଲୋକ

ବ୍ୟୁରୋ : ବିଶିଷ୍ଟ ଆଇନଜୀବୀ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫଲୀ ଏସ୍‌. ନରୀମନ୍‌ଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଫଲୀ ଏସ୍‌. ନରୀମନ୍‌ଙ୍କ ପ୍ରଥମେ ବମ୍ବେ ହାଇକୋର୍ଟରେ ଓକିଲ ଭାବରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଦିଲ୍ଲୀ ଯାଇ ୧୯୭୨ ମସିହାରେ ଭାରତର ସଲିସିଟର ଜେନେରାଲ ଭାବରେ ନିଯୁ୍‌କ୍ତ ହୋଇଥିଲେ । ଏହାପରେ ତତ୍କାଳୀନ ପଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ଘୋଷଣାକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଥିଲେ । ଫଲୀ ଏସ୍‌. ନରୀମନ୍‌ଙ୍କ ତାଙ୍କର ଦୀର୍ଘ କ୍ୟାରିୟରରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜତୀୟ ଜୁଡିସିଆଲ ନିଯୁକ୍ତି ମାମଲା ଆୟୋଗ ସମେତ ଅନେକ ଗୁରୁତପୂର୍ଣ୍ଣ ମାମଲା ଉପରେ ଯୁକ୍ତି ବାଢିଥିଲେ । ସେ ୧୯୯୧ ରୁ ୨୦୧୦ ପର୍ଟ୍ୟନ୍ତ ବାର୍ ଆସୋସିଏସନର ସଭାପତି ଥିଲେ । ଏହି ବିଶିଷ୍ଟ ଆଇନଜୀବୀଙ୍କୁ ୧୯୯୧ ରେ ପଦ୍ମଭୂଷଣ ଏବଂ ୨୦୦୭ ରେ ପଦ୍ମ ବିଭୂଷଣ ଭଳି ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିବା ସହିତ ସେ ବହୁ ସାଧାଣଣ ଲୋକଙ୍କୁ ନ୍ୟାୟ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ମତ ଦେଇଛନ୍ତି । ଏଥିସହ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି କହିଛନ୍ତି ଏକ ଯୁଗର ଅନ୍ତ ଘଟିଲା । ଏହାପରେ ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଦେଶ ବୁଦ୍ଧି ଏବଂ ଜ୍ଞାନର ଏକ ଉଚ୍ଚତମ ବ୍ୟକ୍ତିତ୍ୱ ହରାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking