ଭୁବନେଶ୍ୱର : ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ । ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ସେ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧିବଦ୍ଧଭାବେ ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଓ ଦଳର ଅନ୍ୟ ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଜେପିକୁ ସ୍ୱାଗତ କରିଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ବିଜେପି, ବିଜେଡି ଓ କଂଗ୍ରେସରେ ମିଶ୍ରଣ ପର୍ବ ଜୋର ଧରିଛି ।