25.5 C
Bhubaneswar
Friday, March 28, 2025
Homeଦେଶ ବିଦେଶପରଫ୍ୟୁମ୍‌ ନେଲା ୧୧ ବର୍ଷୀୟ ଝିଅର ଜୀବନ

ପରଫ୍ୟୁମ୍‌ ନେଲା ୧୧ ବର୍ଷୀୟ ଝିଅର ଜୀବନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପିଲାଙ୍କ ପାଇଁ କେତେ ଜରୁରୀ ? ଏନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । କିନ୍ତୁ ଛୋଟ ପିଲାଙ୍କ ପାଇଁ ଘାତକ ସାଜିବାରେ ଲାଗିଛି ସୋସିଆଲ ମିଡିଆ । ବ୍ରାଜିଲରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ଜଣେ ୧୧ ବର୍ଷର ଝିଅ ପରଫ୍ୟୁମ୍ ଯୋଗୁଁ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛି । ଆଉ ଏଥିପାଇଁ ସୋସିଆଲ ମିଡିଆ ମଧ୍ୟ ଦାୟୀ । ଝିଅଟି ଏକ ବିପଦପୂର୍ଣ୍ଣ ଚ୍ୟାଲେଞ୍ଜ ଗ୍ରହଣ କରିବା ପରେ ଜୀବନ ହରାଇଛି । ସେ ଜାଣି ନଥିଲା ଯେ, ତାର ଏହି ପଦକ୍ଷେପ ତାକୁ ମୃତ୍ୟୁମୁଖରେ ପକାଇପାରେ । ପର୍ନାମ୍ବୁକୋ ରାଜ୍ୟର ବୋମ୍ ଜାର୍ଡିମ୍ ନିବାସୀ ବ୍ରେଣ୍ଡା ସୋଫିଆ ମେଲୋ ଡି ସାଣ୍ଟାନା ଏରୋସୋଲ୍ ଡିଓଡୋରାଣ୍ଟ ଶୁଙ୍ଘିବା ପରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ‘କ୍ରୋମିଂ’ ଚ୍ୟାଲେଞ୍ଜ ଗ୍ରହଣ କରିବା ପରେ ସୋଫିଆ ଡିଓଡୋରାଣ୍ଟ ଶୁଙ୍ଘିଥିଲା । ଫଳରେ ତାର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଏହା ପରେ ଝିଅଟିକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ୪୦ ମିନିଟ୍ ପରେ ମୃତ୍ୟୁବରଣ କରିଥିଲା ସୋଫିଆ । ଶରୀର ଭିତରେ ଏରୋସୋଲ ଡିଓଡୋରାଣ୍ଟ ପ୍ରବେଶ କରିବାକୁ ତାର ହୃଦଘାତ ହୋଇଥିଲା ବୋଲି ଡାକ୍ତର କହିଛନ୍ତି । ତେବେ ସୋଫିଆର ଦୁଃଖଦ ମୃତ୍ୟୁ ଆଜିର ପିଲାମାନଙ୍କ ସହ ସେମାନଙ୍କ ଅଭିଭାବକଙ୍କ ପାଇଁ ଏକ ଶିକ୍ଷା । ପିଲାଙ୍କୁ ମୋବାଇଲ୍‌ ଫୋନ୍‌ ଦେଇ ଅଚିନ୍ତାରେ ରହୁଥିବା ପିତାମାତାଙ୍କୁ ସଜାଗ ହେବା ଜରୁରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking