29.1 C
Bhubaneswar
Sunday, May 5, 2024
Homeଓଡିଶାଯାତ୍ରୀବାହୀ ବସ୍ – ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଆହତ

ଯାତ୍ରୀବାହୀ ବସ୍ – ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଆହତ

ବୌଦ୍ଧ : ବୌଦ୍ଧ ଚାରିଛକ ତହସିଲ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ସହିତ ପିକ୍‌ଅପ୍‌ ଗାଡି ମୁହାଁମୁହିଁ ଧକ୍କା । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ଚାରିଛକ ତହସିଲ ଅଫିସ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଏଥିସହିତ ପିକ୍ ଅପ୍ ହେଲ୍ପର ଗୁରୁତର ଅଛନ୍ତି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ରେ ଥିବା ପ୍ରାୟ ୧୦ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ମଧ୍ୟ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସରେ ଥିବା ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ସେମାନଙ୍କୁ ଏକ ଗାଡି ଯୋଗେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ପୁରୁଣା କଟକ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking