28.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା, ଜଣେ ମୃତ

ପୁଣି ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର : ପ୍ରବାସୀଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି | ବସ୍‌ଟି ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ବାଙ୍କୀ ଆସୁଥିଲା | ବସରେ ୪୦ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି । ଗତ କାଲି ବିଳମ୍ବିତ ରାତିରେ ଏନଏଚ-୧୬ କୁହୁଡି ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପିଟି ରାସ୍ତା କଡ଼କୁ ଟଳି ପଡିଥିଲା ବସଟି | ଏଥିରେ ବସ ଡ୍ରାଇଭର ମୃତ୍ୟୁ ବରଣ କରିଥିବା କୁହାଯାଉଛି | ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି | ସମସ୍ତଙ୍କୁ ଟାଙ୍ଗି ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି | ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି |
ଏହାକୁ ମିଶାଇ ପ୍ରବାସୀ ଓଡ଼ିଆକୁ ଧରି ଆସୁଥିବା ବସ ମଧ୍ୟରୁ ୪ଟି ଦୁର୍ଘଟଣା ହେଲାଣି | ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁବେଳେ ଗଞ୍ଜାମ – କନ୍ଧମାଳ ସୀମାନ୍ତରେ କଳିଙ୍ଗା ଘାଟି ଅନ୍ଧାର ଘାଟିରେ ବସ୍‌ଟି ଓଲଟି ପଡ଼ିଥିଲା । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୫ଜଣ ଆହତ ହୋଇଥିଲେ । ବସ୍‌ରେ ଯାତ୍ରୀ ଥିଲେ ୬୪ଜଣ । ସେହିପରି ପୁଣି ଆଉ ଏକ ବସ୍ ନାଗପୁରରୁ ଅମରାବତୀ ଏନ୍‌ଏନ୍‌ଏଚ୍‌ରେ ଓଲଟି ପଡ଼ିଥିଲା । ବସ୍‌ରେ ଥିବା ୫୦ଜଣ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୫ଜଣ ଆହତ ହୋଇଥିଲେ । ସେହିଦିନ ପୁଣି ଆଉ ଏକ ବସ୍ ସୁରତ୍‌ରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବାବେଳେ କଳିଙ୍ଗା ଘାଟିରେ ଦୁର୍ଘଟଣା ହୋଇଥିଲା । ବସ୍‌ରେ ୫୭ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୩ଜଣ ଆହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking