30.1 C
Bhubaneswar
Friday, April 26, 2024
Homeଓଡିଶାଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର 

ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି  । ଏହି ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁରେ ଦେଖିବାକୁ ମିଳିଛି । ଏହି ଘଟଣା ଏବେ ଖଡିଙ୍ଗା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ମହିଳାଙ୍କ ନାମ ଅନୁସୟା ସିଂ ।
ସୂଚନା ଅନୁସାରେ, ଆଜି ସକାଳେ ଅନୁସୟା ଘରେ ଭିତରେ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ନିଆଁ ଲାଗିବା ସମୟରେ ଘରେ କେହି ନଥିବା ଜଣାପଡିଛି । ଅନୁସୟାଙ୍କ ମାନସିକ ଅବସ୍ଥା ଭଲ ନଥିବା କଥା ତାଙ୍କ ସ୍ୱାମୀ କହିଛନ୍ତି । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମହିଳାଙ୍କୁ ବଞ୍ଚାଇ ପାରି ନଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିଆଁ କିଭଳି ଲାଗିଲା ତାହା ଜଣା ପଡ଼ିନାହିଁ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking