30.1 C
Bhubaneswar
Friday, April 26, 2024
Homeଅପରାଧରାକ୍ଷୀ ପୂର୍ବରୁ ଭାଇକୁ ହତ୍ୟା, ଦୁଇ ଭଉଣୀ ସହ ୪ ସୁପାରୀ କିଲର ଗିରଫ

ରାକ୍ଷୀ ପୂର୍ବରୁ ଭାଇକୁ ହତ୍ୟା, ଦୁଇ ଭଉଣୀ ସହ ୪ ସୁପାରୀ କିଲର ଗିରଫ

କଲବୁର୍ଗୀ: ଆଗକୁ ଆସୁଛି ରାକ୍ଷୀ। ଭାଇ ଭଉଣୀର ସ୍ନେହର ପର୍ବ ଭାବରେ ସାରା ଦେଶରେ ପାଳନ ହେବ। ହେଲେ କର୍ଣ୍ଣାଟକର କଲବୁର୍ଗୀରେ ଜଣେ ଯୁବକଙ୍କୁ ତାଙ୍କର ଦୁଇ ଭଉଣୀ ହତ୍ୟା କରିଛନ୍ତି। ଏହି ମାମଲାରେ ପୋଲିସ ଦୁଇ ଭଉଣୀଙ୍କୁ ଗିରଫ ମଧ୍ୟ କରିସାରିଛି।  ପୋଲିସ କହିଛି ଯେ , ଦୁଇ ଭଉଣୀଙ୍କ ସହିତ ତାଙ୍କ ଭାଇଙ୍କ ମଧ୍ୟରେ ମତଭେଦ ଥିଲା। ଏହି କାରଣରୁ, ଜୁଲାଇ ଶେଷରେ ଦୁହେଁ ନିଜ ଭାଇଙ୍କ ହତ୍ୟା ପାଇଁ ଚାରିଜଣ ହତ୍ୟାକାରୀଙ୍କୁ ସୁପାରୀ ଦେଇଥିଲେ।

ପଚରାଉଚରା ବେଳେ ଭଉଣୀମାନେ ପୋଲିସକୁ କହିଥିଲେ ଯେ ସେମାନଙ୍କ ଭାଇ ବହୁତ କଠୋର ସ୍ବଭାବର ଥିଲା। ସେ ଉଭୟଙ୍କ ବ୍ୟକ୍ତିଗତ ଜୀବନରେ ବାରମ୍ବାର ହସ୍ତକ୍ଷେପ କରୁଥିଲେ` ସେଥିପାଇଁ ଉଭୟ ଭଉଣୀଙ୍କ ବିବାହ ମଧ୍ୟ ଭାଙ୍ଗି ଯାଇଥିଲା। ଏଥିରେ ରାଗିଯାଇ ଭଉଣୀମାନେ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଭାଇକୁ ହତ୍ୟା କରିଥିଲେ। ପୋଲିସ ଉଭୟ ଭଉଣୀ ଏବଂ ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ୨୯ ବର୍ଷୀୟ ନାଗରାଜ ମାତାମାରୀ କୁଲବୁର୍ଗୀର ଗାଜିପୁରରେ ରହୁଥିଲେ। ୨୯ ଜୁଲାରେ ତାଙ୍କର ମୃତଦେହ ଅଳନ୍ଦ ରୋଡ୍‌ର ଭେସାଗା କ୍ରସିଂରେ ମିଳିଥିଲା। ପରିଚୟ ଲୁଚାଇବା ପାଇଁ ମୁଣ୍ଡକୁ ଏକ ବଡ ପଥରରେ ଭାଙ୍ଗି ଛେଚି ଦିଆଯାଇଥିଲା। ତଦନ୍ତ ପରେ ପୋଲିସ ତାଙ୍କ ଭଉଣୀ ଅନୀତା ଏବଂ ମୀନାକ୍ଷୀଙ୍କୁ ଗିରଫ କରିଥିଲା। ଅନୀତା-ମୀନାକ୍ଷୀଙ୍କ ବୟାନ ଆଧାରରେ ସୁପରୀ କିଲର   ଅବିନାଶ, ଆସିଫ, ରୋହିତ ଏବଂ ମୋହସିସନକୁ ମଧ୍ୟ ଗିରଫ କରାଯାଇଛି।

ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ଭଉଣୀ ବହୁ ବର୍ଷ ପୂର୍ବେ ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ। ଏହା ପରେ ସେ ଭାଇ ନାଗରାଜ ଏବଂ ମାଙ୍କ ସହ କଲବର୍ଗୀ ସହରରେ ରହୁଥିଲେ। ଏଥିରେ ନାଗରାଜ ରାଗି ଯାଇଥିଲେ। ନାଗରାଜଙ୍କ  ସନ୍ଦେହ ଥିଲା ଯେ, ତାଙ୍କ ଭଉଣୀମାନେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଅନ୍ୟମାନଙ୍କ ସହ ସମ୍ପର୍କ ରଖିଥିଲେ। ସେ ଅନେକ ଥର ତାଙ୍କ ଭଉଣୀମାନଙ୍କୁ ସେମାନଙ୍କ ପାର୍ଟନରଙ୍କୁ ବିବାହ କରିବାକୁ କିମ୍ବା ଘରୁ ବାହାରକୁ ଯିବାକୁ କହୁଥିଲେ। ଏହି କାରଣରୁ ଭାଇ ଓ ଭଉଣୀଙ୍କ ମଧ୍ୟରେ ଝଗଡା ହେଉଥିଲା।ବ୍ୟକ୍ତିଗତ ଜୀବନରେ ବାରମ୍ବାର ଭାଇର ହସ୍ତକ୍ଷେପକୁ ଭଉଣୀମାନେ ପସନ୍ଦ କରିନଥିଲେ। ସେମାନେ ଭାଈକୁ ରାସ୍ତାରୁ ହଟାଇବାର ଷଡଯନ୍ତ୍ର କରିଥିଲେ। ସୁପରୀ କିଲର ମାନେ ନାଗରାଜଙ୍କ ଗଳା କାଟିବା ପରେ ସହରରେ ବାହାରେ ଏକ ସ୍ଥାନରେ ମୃତଦେହକୁ ଫୋପାଡି ଦେଇଥିଲେ। ପରିଚୟ ଲୁଚାଇବା ପାଇଁ ମୁଣ୍ଡରେ ପଥର ଛେଚି ଦେଇଥିଲେ। ପୋଲିସ କପଡା ଯୋଗେ ମୃତଦେହର ଚିହ୍ନଟ କରିଥିଲା। ଏହାପରେ ମୃତକଙ୍କ ଭଉଣୀ ଓ ପରିବାର ଲୋକକୁ ଜଣାପଡିଥିଲା। ଫୋନ୍ କଲ୍‌ ଆଧାରରେ ପୋଲିସ ଦୁଇ ଭଉଣୀ ଏବଂ ସୁପାରୀ କିଲ୍‌ରଙ୍କୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking