26.1 C
Bhubaneswar
Monday, September 25, 2023
Homeମନୋରଞ୍ଜନପିଲାଦିନେ ସ୍କୁଲ୍‌ ଫି ଦେଇ ପାରୁନଥିଲେ ଆମୀର ଖାନ୍‌, କରଜ କରି ଦେଉଥିଲେ ପରିବାର ଲୋକ

ପିଲାଦିନେ ସ୍କୁଲ୍‌ ଫି ଦେଇ ପାରୁନଥିଲେ ଆମୀର ଖାନ୍‌, କରଜ କରି ଦେଉଥିଲେ ପରିବାର ଲୋକ

ମୁମ୍ବାଇ: ବଲିଉଡ୍‌ର ବଛା ବଛା ସୁପର୍‌ଷ୍ଟାର୍‌ଙ୍କ ମଧ୍ୟରେ ଆମୀର ଖାନ୍‌ ଅନ୍ୟତମ। ମାତ୍ର ତାଙ୍କ ପିଲାଦିନ କିପରି କଟିଛି ତାହା ଆପଣ ଜାଣନ୍ତି କି? ତାଙ୍କ ଦକ୍ଷତା ଲୋକ‌ଲୋଚନକୁ ନଆସିବା ପୂର୍ବରୁ ତାଙ୍କୁ ବହୁ ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼ିଛି। ସେ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ପିଲାଦିନେ ତାଙ୍କ ପାଠ ପଢ଼ା ପାଇଁ ତାଙ୍କ ପରିବାର ଲୋକଙ୍କୁ କରଜ କରିବାକୁ ପଡ଼ିଥିଲା। ତାଙ୍କ ଭାଇଭଉଣୀମାନେ ସବୁବ‌େଳେ ସ୍କୁଲ୍‌ରେ ଫି ବିଳମ୍ବରେ ଦିଅନ୍ତି। ଏପରିକି ସ୍କୁଲ୍‌ ଆସେମ୍‌ବଲିରେ ପ୍ରିନ୍ସିପାଲ୍‌ ସେମାନଙ୍କ ନାଁ ନେଉଥିଲେ ଏହି କାରଣରୁ ବୋଲି ସେ କହିଛନ୍ତି। ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ତ‌ାଙ୍କ ପରିବାର ଏକ ଆର୍ଥିକ ସଂକଟ ଦେଇ ଗତି କରୁଥିଲା।

ଆପଣ ଜାଣିଥିବ‌େ ନିଶ୍ଚୟ ଯେ ଆମୀର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଲାଲ୍‌ ସିଂହ ଚଢ଼ା’ ଏବେ ବିବାଦରେ। ଆମୀର ଖାନ୍‌ ୪ ବର୍ଷର ବ୍ୟବଧାନ ପରେ ଏକ ସିନେମା କରିଛନ୍ତି। ସେ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ ଜରିଆରେ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରାଇବାକୁ ଚିନ୍ତା କରିଥିଲେ। ମା‌ତ୍ର ଏଥର ତାଙ୍କ ଭାଗ୍ୟ ତାଙ୍କୁ ସେତେ ଭଲ ଭାବେ ସାଥ୍‌ ଦେଇ ନାହିଁ। କାହିଁକି ନା, ଏହି ଫିଲ୍ମଟିକୁ ନେଇ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡ଼ିଛି। ସୋସିଆଲ୍‌ ମିଡିଆରେ ଏବେ ଆମୀରଙ୍କ ଚଳଚ୍ଚିତ୍ରକୁ ନେଇ ‘ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୧ ତାରିଖରେ ରିଲିଜ୍‌ ହେବାକୁ ଯାଉଥିବା‌ ବେଳେ ଏହାକୁ ନଦେଖିବାକୁ ପାଇଁ କିଛି ଲୋକ ସୋସିଆଲ୍‌ ମିଡିଆରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking