28.1 C
Bhubaneswar
Saturday, April 27, 2024
Homeଓଡିଶାଇଟାଭାଟିରେ ଜଳିଗଲେ : ୨ ନାବାଳକ

ଇଟାଭାଟିରେ ଜଳିଗଲେ : ୨ ନାବାଳକ

ରାଉରକେଲା : ମଙ୍ଗଳବାର ଦିନ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ କଲେଇପୋଷର ଏକ ଇଟାଭାଟିରେ ଇଟା ତିଆରି କରୁଥିବା ବେଳେ ତତଲା ‘ବେଡ଼ ମାଟେରିଆଲ’ ପଡ଼ି ୫ଜଣ ଶ୍ରମିକ ଜଳିଯାଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି । ଆହତ ମାନଙ୍କୁ ବର୍ଣ୍ଣସେଣ୍ଟରରେ ଚିକିତ୍ସା କରାଯାଉଛି । ସେମାନେ ହେଲେ ଲହୁଣୀପଡ଼ାର କେନ୍ଦୁଡ଼ିହିର ସୁଶୀଲ ମୁଣ୍ଡା, ମଣ୍ଟୁ ମୁଣ୍ଡା, ଅବିନାଥ ପ୍ରଧାନ, ନୂଆପଡ଼ାର ଜଗବନ୍ଧୁ କିଷାନ, ଫୁଲଝରର ସୂରଜ ନାୟକ । ସମସ୍ତଙ୍କ ଗୋଡ ଓ ହାତ ପୋଡ଼ିଯାଇଛି । ଏ ନେଇ ଲହୁଣୀପଡ଼ା ଥାନାରେ ମାମଲା ରୁଜୁ ହୋଇଛି ।
ସମସ୍ତଙ୍କ ଅବସ୍ଥା ସୁଧୁରି ଥିବା ବେଳେ ଆଜି ଚାଇଲ୍ଡ ଲାଇନ ପକ୍ଷରୁ ଉକ୍ତ ନାବାଳକଙ୍କ ବୟାନ ରେକର୍ଡ କରାଯାଇଛି । ସେମାନେ କହିବା ଅନୁସାରେ ତତଲା ବେଡ ମାଟେରିଆଲ ଭୁଲ ବଶତଃ ଟ୍ରକ୍ ଡ୍ରାଇଭର ଯାଞ୍ଚ ନ କରି ଅନଲୋଡ୍ କରିଥିଲା । ଫଳରେ ସମସ୍ତଙ୍କ ଗୋଡ଼ହାତ ଜଳିଯାଇଥିଲା । ନାବାଳକମାନେ ୪-୫ଦିନରୁ ଉକ୍ତ ଇଟାଭାଟିରେ କାମ କରୁଥିଲେ ବୋଲି କହିଥିଲେ । ଚାଇଲ୍ଡ ଲାଇନର ସଦସ୍ୟ ରାମଚନ୍ଦ୍ର ବେହେରା ଓ ରଣଧୀର ଲେଙ୍କା ଆଜି ନାବାଳକଙ୍କ ବୟାନ ରେକର୍ଡ କରିବା ସହ ଶ୍ରମ ବିଭାଗ ଓ ପୁଲିସ ପ୍ରଶାସନଙ୍କୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ, ଏହି ତତଲା ସାମଗ୍ରୀ ସହ ମାଟିମିଶାଇ ଇଟା ପ୍ରସ୍ତୁତ କରାଯାଇଥାଏ । ତେବେ ସ୍ପଞ୍ଜ କାରଖାନାରୁ ଆସୁଥିବା ତତଲା ସାମଗ୍ରୀକୁ ଉତ୍ତମ ଯାଞ୍ଚ କରାଯାଇ ନ ଥିଲା । ଫଳରେ ଉକ୍ତ ଦୁର୍ଘଟଣା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking