28.9 C
Bhubaneswar
Sunday, May 5, 2024
Homeଓଡିଶାପ୍ରେମରେ ବିଫଳ ହୋଇ ଗୋଡ଼ ହରାଇଲେ ପ୍ରେମିିକ

ପ୍ରେମରେ ବିଫଳ ହୋଇ ଗୋଡ଼ ହରାଇଲେ ପ୍ରେମିିକ

ବାଲେଶ୍ୱର: ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଟ୍ରେନ୍ ଲାଇନ୍‌ରେ ଶୋଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ହେଲେ ଅଳ୍ପକେ ବର୍ତ୍ତିଗଲେ ଯୁବକ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନ୍ ନିକଟରେ । ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ପ୍ରେମରେ ବିଫଳ ହେବାରୁ ଟ୍ରେନ୍ ଲାଇନ୍‌ରେ ଶୋଇ ଜଣେ ଯୁବକ ଜୀବନ ହାରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର କମଳ ନାୟକ(ଛଦ୍ମନାମ) । ସେ ପ୍ରେମରେ ବିଫଳ ହେବାରୁ ସୋର ରେଲୱେ ଷ୍ଟେସନ୍ ଠାରୁ କିଛି ଦୂରରେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ମନୋଜ ରେଳ ଧାରଣାରେ ଶୋଇଥିବା ବେଳେ ଟ୍ରେନ୍ ଆସିବାରୁ ଭୟରେ ଉଠି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ମନୋଜଙ୍କର ଗୋଡ଼ କଟି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଷ୍ଟେସନ କର୍ମଚାରୀ ଓ ଆରପିଏଫ୍ କର୍ମଚାରୀ ଉଦ୍ଧାର କରି ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking