38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏହି ନଦୀରେ ପାଣି ସହ ପ୍ରବାହିତ ହୁଏ ସୁନା

ଏହି ନଦୀରେ ପାଣି ସହ ପ୍ରବାହିତ ହୁଏ ସୁନା

ନୂଆଦିଲ୍ଲୀ: ବିଶ୍ୱରେ ଏମିତି ଅନେକ ନଦୀ ଅଛି, ଯାହା ନିଜର ସୃଷ୍ଟି ଓ ଗଠନ ପାଇଁ ସର୍ବଦା ଆକର୍ଷଣର କେନ୍ଦ୍ର ହୋଇ ରହିଥାଏ । ଗଙ୍ଗା, ବ୍ରହ୍ମପୁତ୍ର, ନୀଳ, ଆମାଜନ ଆଦି ହେଉଛି ଅନେକ ପ୍ରମୁଖ ନଦୀ, ଯାହାକୁ ଦେଖିବା ପାଇଁ ଲୋକେ ଦୂର ଦୂରରୁ ଆସନ୍ତି । ସାଧାରଣ ଭାବରେ ନଦୀପ ପାଣି ପ୍ରବାହିତ ହୋଇଥାଏ । ହେଲେ ଆଜି ଆମେ ନଦୀ ଗୁଡିକୁ ଏତ ପ୍ରଦୂଷିତ କରି ଦେଇଛୁ, ସେଥିରେ ପାଣି ସହିତ ପ୍ଲାଷ୍ଟିକ, ଆବର୍ଜନା, କେମିକାଲ ଏମିତି ଅନେକ ବର୍ଜ୍ୟବସ୍ତୁ ପ୍ରବାହିତ ହେଉଚି । ହେଲେ ଆପଣ କେବେ ଏମିତି ଏକ ନଦୀ ବିଷୟରେ ଶୁଣିଛନ୍ତି କି , ଯେଉଁଥିରେ ସୁନା ପ୍ରବାହିତ ହେଉଥିବ । ଆଜ୍ଞା ହଁ, ଥାଇଲାଣ୍ଡରେ ଏକ ଏମିତି ନଦୀ ଅଛି, ଯେଉଁଠି ପାଣି ସହିତ ସୁନା ବି ବହିଥାଏ । ସେଥିପାଇଁ ନଦୀ ତଟରେ ଆଖପାଖରେ ରହୁଥିବା ଲୋକଙ୍କ ଭିଡ ଜମିଥାଏ । ସୁନା ଖୋଜିବା ପାଇଁ ଅଧିକାଂଶ ସମୟରେ ସେଠାକୁ ଦୂରଦୂରାନ୍ତରୁ ଲୋକେ ଆସନ୍ତି । ଏଭଳି ବିଶେଷ ପ୍ରସଙ୍ଗ ପାଇଁ ସେହି ନଦୀ ଆଜିକାଲି ବେଶ ଚର୍ଚ୍ଚାରେ ରହିଛି । ଏହି ନଦୀକୁ ସ୍ୱର୍ଣ୍ଣ ନଦୀ ବି କୁହାଯାଏ । ଥାଇଲାଣ୍ଡର ଗୋଲ୍ଡ ମାଉଣ୍ଟେନ ରେ ଏହା ପ୍ରବାହିତ ହୋଇଥାଏ । ଥାଇଲାଣ୍ଡର ଦକ୍ଷିଣ ଭାଗରେ ଏହା ଅବସ୍ଥିତ, ଯାହାର ସୀମା ମାଲେସିଆ ପର୍ଯ୍ୟନ୍ତ ରହିଛି । ଲମ୍ବା ସମୟ ଧରି ସେଠାରେ ସୁନା ଖନନ ହୋଇ ଆସୁଛି । ଏହା ହିଁ ଏକ ବଡ କାରଣ ଯେ, ଯେଉଁଥିପାଇଁ ନଦୀରେ ପାଣି ସହ ସୁନାର ଛୋଟ ଛୋଟ ଖଣ୍ଡ ବି ରହିଥାଏ । ନଦୀ ଉପକୂଳରେ ଥିବା କାଦୁଅରେ ସୁନା ଖଣ୍ଡ ଦ୍ରବୀଭୂତ ଥାଏ ।  ଆଖପାଖ ଗାଁ ଲୋକେ ସେଠାକୁ ଆସନ୍ତି ଓ ନଦୀ କାଦୁଅରେ ସୁନା ଛାଣିବା କାମ କରନ୍ତି ଓ ସେମାନଙ୍କୁ ଯାହା ବି ସୁନା ମିଳେ, ତାକୁ ନେଇଯାଆନ୍ତି । ଏଥିପାଇଁ ଏହି ନଦୀ ଅନେକ ବ୍ୟକ୍ତିଙ୍କ ପାଇଁ ଆମଦାନୀର ମୁଖ୍ୟ ମାଧ୍ୟମ ବନି ସାରିଛି । ଅନକେ ଲୋକେ ପ୍ରତିଦିନ ସେଠାକୁ ଯାଇ କାଦୁଅରୁ ସୁନା ବାହାର କରନ୍ତି ଓ ତାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ତେବେ ଅନେକ ପରିଶ୍ରମ କରିବା ପରେ ସେଠାରୁ ସେତିକି ସୁନା ମିଳିଥାଏ, ଯାହାଦ୍ୱାରା ପ୍ରତିଦିନର ଖର୍ଚ୍ଚ ଉଠିପାରିବ । ଏକ ରିପୋର୍ଟରେ ସେଠାରେ ରହୁଥିବା ଜଣେ ମହିଳା କହିଥିଲେ, ସେ ୧୫ ମିନିଟରେ ପରିଶ୍ରମ କରି୨୪୪ ଟଙ୍କା କମାଇଥାନ୍ତି । ଏହି କାମରେ ସେ ବେଶ ଖୁସି ବି ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking