28.9 C
Bhubaneswar
Sunday, May 5, 2024
Homeଓଡିଶାପରୀକ୍ଷାର୍ଥୀଙ୍କୁ କରୋନା ହେଲେ ଅସୁବିଧା ନାହିଁ

ପରୀକ୍ଷାର୍ଥୀଙ୍କୁ କରୋନା ହେଲେ ଅସୁବିଧା ନାହିଁ

ଭୁବନେଶ୍ୱର: ସରକାର ଓ ଶିକ୍ଷା ବିଭାଗ ଚାହୁଁଛି ନବମ ଶ୍ରେଣୀ ପିଲାମାନେ ପରୀକ୍ଷା ଦିଅନ୍ତୁ । ସଂକ୍ରମଣ ବଢ଼ୁଥିବାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଛି, ଆଗାମୀ ସ୍ଥିତିକୁ ଦେଖି ପରୀକ୍ଷା ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ଅଧା ସରିଯାଇଛି, ଅଳ୍ପ ବାକି ରହିଛି । ଯେତିକି ପାଠପଢ଼ା ହୋଇଛି, ସେତିକି ପରୀକ୍ଷା କରାଇବା ପାଇଁ ବିଭାଗର ଇଚ୍ଛା ରହିଛି । ଏବେ କରୋନାର ଦ୍ୱିତୀୟ ଲହରୀକୁ ଦେଖି ୩୦ ତାରିଖ ପରେ ପରବର୍ତ୍ତୀ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।

ସେହିପରି ସିବିଏସଇ ପରୀକ୍ଷା ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ପରୀକ୍ଷା ପୂର୍ବରୁ କିମ୍ବା ଦେଉଥିବା ସମୟରେ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେଲେ, ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ଜରିଆରେ ମାର୍କ ଦେବାକୁ ସିବିଏସଇ ନିଷ୍ପତ୍ତି ନେଇଛି। ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନହୁଏ ସେଥିଲାଗି ଏହି ପଦକ୍ଷେପ ନିଆଯାଇଛି । ସ୍ଥିତି ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୭ ତାରିଖ ନବମ ଓ ଏକାଦଶ କ୍ଲାସରେ ପାଠ ପଢ଼ା ବନ୍ଦ ରଖିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ କ୍ଲାସ୍ ବନ୍ଦ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆସନ୍ତା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ନବମ ଓ ଏକାଦଶ କ୍ଲାସ ବନ୍ଦ କରାଯାଇଛି । ଏଥିସହ ହଷ୍ଟେଲ ଓ ଆବାସିକ ସ୍କୁଲରେ ପଢୁଥିବା ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଦଶମ ଓ ଦ୍ୱାଦଶ କ୍ଲାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking