36.7 C
Bhubaneswar
Tuesday, April 16, 2024
Homeଓଡିଶାଅଗ୍ନିକାଣ୍ଡରେ ଜଳିଗଲା ଘର

ଅଗ୍ନିକାଣ୍ଡରେ ଜଳିଗଲା ଘର

ମୟୂରଭଞ୍ଜ : ସାରସକଣା ବ୍ଲକ ଅନ୍ତର୍ଗତ ସରଗୋଡା ଗାଁର ଚାନ୍ଦମଣି ସିଂଙ୍କ ଘରେ ନିଆଁ ଲାଗି ଘରଟି ସମ୍ପୂର୍ଣ ଜଳିଯାଇଛି । ଏଥିସହିତ ଘରେ ଥିବା ଚାଉଳ, ୨୦ହଜାର ଟଙ୍କା, ପିନ୍ଧିବା ବସ୍ତ୍ର, ସମସ୍ତ ଦରକାରୀ କାଗଜପତ୍ର ଓ ଅସାବପତ୍ର ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଘରେ କେହିନଥିବା ସମୟରେ ଅପରାହ୍ନ ପ୍ରାୟ ୪ଟାରେ ହଠାତ ନିଆଁ ଲାଗିଥିଲା । ପରିବାର କହିଲେ ଘରେ ଏକା ଚାନ୍ଦମଣି । ଦୁଇପୁଅ ବାହାରେ କାମ ଧନ୍ଦା କରିବାକୁ ଯାଇଛନ୍ତି । ତେବେ ୪ଟା ସମୟରେ ଘର ଭିତରେ ଭାତ ବସେଇ ନିକଟସ୍ଥ ନଳକୂପକୁ ପାଣି ଆଣିବାକୁ ଯାଇଥିଲେ ଚାନ୍ଦମଣି । ହେଲେ ହଠାତ ପବନ ଜୋରରେ ମାଡି ଆସିଥିଲା ।

ପବନର ବେଗ ଅତ୍ୟଧିକ ଥିବାରୁ ଘର ଭିତରେ ପବନ ପଶି ଯିବାରୁ ନିଆଁ ଲାଗିଛି ବୋଲି ଅନୁମାନ କରାଯାଉଛି । ନିଆଁ ଦେଖି ଚାନ୍ଦମଣି ଚିତ୍କାରକରି ଲୋକମାନଙ୍କୁ ଡାକିଥିଲେ ଲୋକମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ବି ଆୟତ କରିପାରି ନଥିଲେ । ପରେ ବାଙ୍ଗରିପୋଷି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିସମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ମାତ୍ର ସେତେବେଳକୁ ଘରଟି ସମ୍ପୁର୍ଣ୍ଣ ଜଳିପୋଡି ପାଉଁସ ହୋଇଯାଇଥିଲା। ଅଗ୍ନିକାଣ୍ଡର ଖବରପାଇ ସାରସକଣା ତହସିଲଦାର ସତ୍ୟବାନ ନାୟକ ରୋଜାଲୋକା RIଙ୍କୁ ତଦନ୍ତ କରି ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଚାନ୍ଦମଣି ସିଂଙ୍କୁ ତୁରନ୍ତ ସରକାରୀ ସହାୟତା ସହିତ ବିଜୁପକାଘର ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking