34.1 C
Bhubaneswar
Thursday, April 25, 2024
Homeଓଡିଶାଶାସକ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ଇଙ୍ଗିତରେ ବିଜେପି କାର୍ଯ୍ୟକର୍ତାଙ୍କୁ କରାଯାଉଛି ମରଣାନ୍ତକ ଆକ୍ରମଣ...

ଶାସକ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ଇଙ୍ଗିତରେ ବିଜେପି କାର୍ଯ୍ୟକର୍ତାଙ୍କୁ କରାଯାଉଛି ମରଣାନ୍ତକ ଆକ୍ରମଣ :ବିଜେପି

 ପିପିଲି ପୋଲିସ ଅପରାଧୀଙ୍କୁ ଗିରଫ ନକରିବା କାରଣରୁ ବିଜେଡି ଗୁଣ୍ଡାଙ୍କ ମନୋବଳ ବୃଦ୍ଧି ପାଇଛି
 ଡେଲାଙ୍ଗ ପୋଲିସ ତୁରନ୍ତ ବିଜେଡି ଗୁଣ୍ଡାଙ୍କୁ ଗିରଫ କରୁ
 ମୁଖ୍ୟମନ୍ତ୍ରୀ ଓଡିଶାକୁ ଶାନ୍ତିପ୍ରିୟ ରାଜ୍ୟ ବୋଲି କହି ବୁଲୁଥିବାବେଳେ ତାଙ୍କରି ଦଳର ଗୁଣ୍ଡାମାନେ ପିପିଲିି-ଡେଲାଙ୍ଗରେ
ଆତଙ୍କ ଖେଳାଇ ଚାଲିଛନ୍ତି
 ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି କରୁଛି କିଏ?
 ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି
 ପୋଲିସ ପେଟ୍ରୋଲିଂକୁ ଜୋରଦାର କରିବା ନେଇ ଦାବି କରିବା ପରେ ବି ପୋଲିସ ଶାସକ ଦଳକୁ ସୁହାଇଲା ଭଳି
ଆଚରଣ ଦେଖାଉଛି ।
 ବିଜେଡି କର୍ମୀମାନଙ୍କର ଗୁଣ୍ଡାଗର୍ଦ୍ଦି, ଦିନ ଦ୍ୱିପ୍ରହରରେ ବିରୋଧୀଙ୍କୁ ଆକ୍ରମଣ କରିବା, ପିପିଲି–ଡେଲାଙ୍ଗରେ ଆତଙ୍କ ଓ
ଭୟର ବାତାବରଣ ସୃଷ୍ଟି କରିବା ବିରୁଦ୍ଧରେ ପିପିଲି-ଡେଲାଙ୍ଗବାସୀ ଉପନିର୍ବାଚନରେ ଏହାର ଜବାବ ଦେବେ
ଭୁବନେଶ୍ୱର,/ପିପିଲି-ଡେଲାଙ୍ଗ: ଗତକାଲି ବିଜେଡିର ଗୁଣ୍ଡାମାନେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା
ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆଜି ପୁଣିଥରେ ବିଜେଡି କର୍ମୀମାନେ
ବିଜେପିର ୩ ଜଣ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରଛନ୍ତି । ନିର୍ବାଚନ ହାରିବା ଭୟରେ ଶାସକ ବିଜେଡି ରକ୍ତମୁଖା ସାଜିଛି । ଖୋଦ  ମୁଖ୍ୟମନ୍ତ୍ରୀ ଓଡିଶାକୁ ଶାନ୍ତିପ୍ରିୟ ରାଜ୍ୟ ବୋଲି କହି ବୁଲୁଥିବାବେଳେ ତାଙ୍କରି ଦଳର ଗୁଣ୍ଡାମାନେ ପିପିଲି ଡେଲାଙ୍ଗରେ ଆତଙ୍କ ଖେଳାଇ
ଚାଲିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଆଜି ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ଥାନା ଅନ୍ତର୍ଗତ ବେନାପୁଡ ପଂଚାୟତର ବାହ୍ଣଣବାଡ ଗ୍ରାମରେ ବିଜେପି କର୍ମୀ ଅଶ୍ୱିନ
କୁମାର ସାହୁ ଏବଂ ତାଙ୍କର ୪ ଜଣ ସହଯୋଗୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ବିଜେଡି କର୍ମୀ ପନ୍ଧେଇ ଜେନା, କୁଶା
ସ୍ୱାଇଁଙ୍କ ସମେତ ୪ ଜଣ ବିଜେଡିର ଗୁଣ୍ଡା ବିଜେପି କର୍ମୀଙ୍କୁ କାଠଫାଳିଆରେ ମାଡ ମାରିଥିଲେ । ପରେ ସେମାନେ ବନ୍ଧୁକ ଦେଖାଇ
ଜୀବନରୁ ମାରିଦେବା ଏବଂ ବୋମା ପକାଇ ହତ୍ୟା କରିବାର ଭୟ ଦେଖାଇଥିଲେ । ବିଜେଡି ଗୁଣ୍ଡାମାନେ ବିଜେପି କର୍ମୀ ସତ୍ୟବାଦୀ
ଚଇନି, ମନୋରଜଂନ ବରାଳ, ସାଗର ଦାସଙ୍କ ମୁଣ୍ଡକୁ ମାଡ ମାରିବା ସହ ଅଶ୍ୱିନ ସାହୁଙ୍କ ବେକରେ ଥିବା ୨ ଭରି ସୁନା ଚେନକୁ ଲୁଟି
ଲେଇଥିଲେ । ଏସମସ୍ତ କାର୍ଯ୍ୟ ଶାସକ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ଇଙ୍ଗିତରେ କରାଯାଉଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା
ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଆଜି ଶାସକ
ଦଳର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ପିପିଲି ଥାନାରେ ଏତଲା ଦିଆଯାଇଛି । ଗତକାଲି
ପିପିଲି ପୋଲିସ ଅପରାଧୀଙ୍କୁ ଗିରଫ ନକରିବା କାରଣରୁ ବିଜେଡି ଗୁଣ୍ଡାଙ୍କ ମନୋବଳ ବୃଦ୍ଧି ପାଇଛି । ବିଜେପି ପକ୍ଷରୁ ବାରମ୍ବାର ପୋଲିସ
ପେଟ୍ରୋଲିଂକୁ ଜୋରଦାର କରିବା ନେଇ ଦାବି କରିବା ପରେ ବି ପୋଲିସ ଶାସକ ଦଳକୁ ସୁହାଇଲା ଭଳି ଆଚରଣ ଦେଖାଉଛି । ବିଜେଡି
କର୍ମୀମାନଙ୍କର ଗୁଣ୍ଡାଗର୍ଦ୍ଦି, ଦିନ ଦ୍ୱିପ୍ରହରରେ ବିରୋଧୀଙ୍କୁ ଆକ୍ରମଣ କରିବା, ପିପିଲି–ଡେଲାଙ୍ଗରେ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି
କରିବା ବିରୁଦ୍ଧରେ ପିପିଲି-ଡେଲାଙ୍ଗବାସୀ ଉପନିର୍ବାଚନରେ ଏହାର ଜବାବ ଦେବେ । ଡେଲାଙ୍ଗ ପୋଲିସ ତୁରନ୍ତ ବିଜେଡି ଗୁଣ୍ଡାଙ୍କୁ ଗିରଫ
କରୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking