27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବମ୍ବେ ହାଇକୋର୍ଟରୁ ରାଜ୍ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ବମ୍ବେ ହାଇକୋର୍ଟରୁ ରାଜ୍ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଓ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି ।  ସାଇବର ସେଲ ଯେଉଁ କେସର ଯାଂଚ କରୁଥିଲା, ସେହି ମାମଲାରେ ବମ୍ବେ ହାଇକୋର୍ଟ ରାଜ କୁନ୍ଦ୍ରାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେଇଛନ୍ତି । କୋର୍ଟ ଜାମିନ ନେଇ ଶୁଣାଣୀ ୨୫ ଅଗଷ୍ଟ ଯାଏଁ ସୁରକ୍ଷିତ ରଖିଛନ୍ତି ।
କହିରଖୁଛୁ, ରାଜ କୁନ୍ଦ୍ରା ଅଶ୍ଳିଳ ଭିଡିଓ ପ୍ରସ୍ତୁତ କରିବା ଓ ତାକୁ ଷ୍ଟ୍ରିମ କରିବା ମାମଲାରେ ଜେଲରେ ଅଛନ୍ତି । ସାଇବର ସେଲର ମାମଲା ଏହାଠାରୁ ଭିନ୍ନ । ଏହି ମାମଲାର ଯାଂଚ ଗତବର୍ଷରୁ ମହାରାଷ୍ଟ୍ର ସାଇବର ସେଲ କରୁଛି । ଏହି ମାମଲା ୨୦୨୦ର । ସାଇବର ସେଲ ଏଫଆଇଆର ରୁଜୁ କରିଥିଲା, ଯେଉଁଥିରେ କୁନ୍ଦ୍ରା ଅଭିଯୁକ୍ତ ଥିଲେ । ଏହି ମାମଲାରେ କୁନ୍ଦ୍ରାଙ୍କ ବୟାନ ବି ରେକର୍ଡ ହୋଇଥିଲା ।
ମହାରାଷ୍ଟ୍ର ସାଇବର କଥିତ ରୂପରେ ଅଶ୍ଳିଳ ଭିଡିଓ ଦେଖାଇବା ପାଇଁ ଏକତା କପୁରର ଓଲ୍ଟ ବାଲାଜୀ ସହିତ ବିଭିନ୍ନ ଓଭର ଦ ଟପ୍ ପ୍ଲାଟଫର୍ମ ଓ ୱେବସାଇଟର ନିର୍ଦ୍ଦେଶକ କିମ୍ବା ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପୁଲିସ କହିଛି ଯେ, ଜଣେ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking