32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆସାମର ୪ଟି ସ୍ଥାନରେ ବିସ୍ଫୋରଣ

ଆସାମର ୪ଟି ସ୍ଥାନରେ ବିସ୍ଫୋରଣ

ଆସାମ: ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରିବାରେ ବ୍ୟସ୍ତ ଥିବାବେଳେ ଆସାମରେ ବିସ୍ଫୋରଣ ହୋଇଛି । ଆଜି ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସାରା ଦେଶ ଉତ୍ସବ ମୁଖର ଥିବାବେଳେ ଆସାମରେ ଫୁଟିଛି ବୋମା । ସାଧାରଣତନ୍ତ୍ର ଦିବସରେ ଆସାମ ରାଜ୍ୟର ଦୁଇଟି ଜିଲ୍ଲାର ୪ଟି ସ୍ଥାନରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଦିବ୍ରୁଗଡ ଓ ଚରାଇଦେବ ଜିଲ୍ଲାରେ ଗ୍ରେନେଡ ବିସ୍ଫୋରଣ । ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲେ ମଧ୍ୟ କିଭଳି ବିସ୍ଫୋରଣ ହେଲା ସେ ନେଇ ସମସ୍ତେ ଭୟଭୀତ ।
ଦିବ୍ରୁଗଡ ଜିଲ୍ଲାର ୩ଟି ସ୍ଥାନରେ ଏବଂ ଚରାଇଦେବ ଜିଲ୍ଲାରେ ଗୋଟେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ପୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଦିବ୍ରୁଗଡର ଗ୍ରହାମ ବଜାର ସ୍ଥିତ ୩୭ ନଂ ନ୍ୟାସନାଲ ହାଇୱେ ର ଏକ ଦୋକାନ ଓ ଗୁରୁଦ୍ୱାରା ଉପରେ ଆକ୍ରମଣ କରାଯାଇଥିବାବେଳେ ତୃତୀୟ ବିସ୍ଫୋରଣ ଦୁଲିଆଜାନରେ ଥିବା ଅୟଲ ଟାଉନରେ ହୋଇଥିବା ଜଣାପଡିଛି । ଚରାଇଦେବ ଜିଲ୍ଲାର ସୋନାରି ଅଞ୍ଚଳରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ଏଯାବତ କିନ୍ତୁ ବିସ୍ଫୋରଣ କିଏ କରିଛି ସେ ନେଇ କିଛି ସୂଚନା ମିଳିପାରିନାହିଁ । ବିସ୍ଫୋରଣ ହୋଇଥିବା ସ୍ଥାନରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସାମର ଡିଜିପି ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି, ଦିବ୍ରୁଗଡରେ ହୋଇଥିବା ବିସ୍ଫୋରଣ ବାବଦରେ ଖବର ମିଳିଛି । ତଦନ୍ତ ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ, ଠିକ୍ ୬ ଦିନ ପୂର୍ବରୁ ଚରାଇଦେବ ଜିଲ୍ଲାରେ ବୋମା ବିସ୍ଫୋରଣ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking