28.1 C
Bhubaneswar
Sunday, April 28, 2024
Homeଓଡିଶାଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ଭୁବନେଶ୍ୱର :ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି  ପୋଲିସ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି  । ଆଉ ଏହି ବେଡ଼ିକୁ ଆଉ କେହି ନୁହେଁ ଖୋଦ ପୁଲିସ ପକାଇଛି । ଗିରଫ କରି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଛି ପୁଲିସ ।  ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ନୀଳଗିରି ପୁଲିସ ବେଡ଼ି ପକାଇଛି ।

ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତିବେଳେ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ।  ସମ୍ପୃକ୍ତ ସାମ୍ବାଦିକ ଜଣେ ହୋମଗାର୍ଡଙ୍କୁ ମାରପିଟ କରିବାର ଅଭିଯୋଗ ଥିଲା ।  ହୋମଗାର୍ଡଙ୍କ ଏତଲା ଆଧାରରେ ନୀଳଗିରି ପୁଲିସ ତାଙ୍କୁ ଗିରଫ କରିଥିଲା ।ତେବେ ଚିକିତ୍ସା ବେଳେ ବେଡ଼ି ପକାଯିବା ଘଟଣାର ଅନୁଧ୍ୟାନ କରାଯାଉଛି ବୋଲି ନୀଳଗିରି ଏସଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking