29.1 C
Bhubaneswar
Sunday, May 5, 2024
Homeଓଡିଶାରକ୍ତ ରଞ୍ଜିତ ବେଲଖଣ୍ଡି ଶୈବ ପୀଠ, ଭକ୍ତଙ୍କ ଆଗରେ ହାରମାନିଲା ପ୍ରଶାସନ

ରକ୍ତ ରଞ୍ଜିତ ବେଲଖଣ୍ଡି ଶୈବ ପୀଠ, ଭକ୍ତଙ୍କ ଆଗରେ ହାରମାନିଲା ପ୍ରଶାସନ

ସଇଁନ୍ତଳା : ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ବେଲଖଣ୍ଡିସ୍ଥିତ ତେଲ ଓ ଉତେଇ ନଦୀ ସଂଗମରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ବଳୀ ଦିଆଯାଇଛି । ଭକ୍ତଙ୍କ ଆଗରେ ପ୍ରଶାସନ ହାରମାନିଲା । ଫଳରେ ରକ୍ତ ରଞ୍ଜିତ ହୋଇପଡ଼ିଛି ଶୈବ ପୀଠ । ଓଡ଼ିଶାର ଶୈବ ପୀଠରେ ବଳିଦେବାର ପରମ୍ପରା ବିରଳ ହୋଇଥିବା ବେଳେ କିନ୍ତୁ ଏଠାରେ ଶୈବ ଓ ସାକ୍ତର ମିଳନ ଦେଖାଦେଇଥିବାରୁ ମିଳିଛି । ରାତ୍ରିରେ ମା’ ଭୈରବୀ ତାଳଭରା ଗାଁରେ ଥିବା ମୁଖ୍ୟ ପୂଜକ ଦ୍ୱାରିକା ପ୍ରସାଦ ସିଂଙ୍କ ଘରୁ ବାହାରି ଭୋରରେ ଧବଳେଶ୍ୱର ପିଠିରେ ପହଞ୍ଚି ଥିଲେ । ଆଦିବାସୀ ବିଶ୍ୱାସ ଅନୁସାରେ ସକାଳୁ ପୂଜାର୍ଚ୍ଚନା ପରେ ଧବଳେଶ୍ୱରଙ୍କ ମନ୍ଦିରରୁ ଚଣ୍ଡୀ କାଳିସୀ ରୂପରେ ସବାର ହେବା ପରେ ତାଙ୍କ କାନ୍ଧ ରେ ବୋହି ଦେବ ମୁହାଣ ପର୍ଯ୍ୟନ୍ତ ଅଣାଯାଇଥିଲା । ଦେବ ମୁହାଣରେ କଳାହାଣ୍ଡି ରାଜାଙ୍କ ଦ୍ୱାରା ପ୍ରେରିତ ବୋଦାକୁ ବଳି ଦିଆଯାଇ ଥାଏ । ପ୍ରଥାନୁଯାୟୀ କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ ଓ ଫୁଲବାଣୀର ଅଠର ମାଝୀ ଷୋହଳ ପଧାନୀ ଆଦିବାସୀମାନଙ୍କ ଠାରୁ ଅରୁଆ ଚାଉଳ, ଫୁଲ, ସିନ୍ଦୂର ଏବଂ ଟାଙ୍ଗିଆ ଆସିବା ପରେ ସିଦ୍ଧେଶ୍ୱରି ପୀଠରେ ପୂଜା କରାଯାଇ ଥାଏ । ସେହିଭଳି ଗୁର୍ଜାଭଟାରୁ ଆସିଥିବା ନିଶାନରେ ଦେବୀ ବସିବା ପରେ କଣ୍ଟାଦୋଳିରେ ଦୋଳି ଖେଳି ଥିଲେ । ପରେ ପରେ ସିଦ୍ଧେଶ୍ୱରି ଚଣ୍ଡୀଙ୍କ ଠାରେ ମନସ୍କାମନା କରିଥିବା ଭକ୍ତ ମାନେ ଆଣିଥିବା ବୋଡାକୁ ବଳି ଦିଆଯାଇଥିଲା । ତେବେ ଏଠାରେ ପ୍ରାୟ ୩ଶହରୁ ଅଧିକ ବଳି ପଡ଼ି ଥିବା ଦେଖିବାକୁ ମିଳିଥିଲା । ତେବେ ଏଠାରେ ମନସ୍କାମନା ପାଇଁ ଦେବୀଙ୍କୁ ମନାସିଲା ତାହା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତ ମାନେ ପ୍ରକାଶ କରିଛନ୍ତି । ପ୍ରାଚୀନ କାଳରେ ଏଇ ଅଞ୍ଚଳରେ କନ୍ଧମାନେ ବସବାସ କରିଆସୁଥିଲେ । ଏଠାରେ ସପ୍ତମାତୃକା ପୂଜା କରାଯାଉ ଥିବାବେଳେ ଏହା ବାଦ ଐତିହାସିକ ମତରେ ଏହି ମନ୍ଦିରଟି ନବମ ଶତାଦ୍ଦୀରେ ନିର୍ମାଣ ହୋଇଥିବା ଜଣାଯାଏ । ଏଇ ମନ୍ଦିରଟି ଉତେଇ ଓ ତେଲ ନଦୀର ସଙ୍ଗମରେ ଅବସ୍ଥିତ ଥିବା ଏବଂ ନଦୀର ଦୁଇ କୂଳରେ ଦୁଇଟି ଶିବ ମନ୍ଦିର ଥିବାରୁ ଏଥିରେ କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବୌଦ୍ଧ, ଫୁଲବାଣୀ ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ବେଲଖଣ୍ଡି ଧବଳେଶ୍ୱର ଶିବ ମନ୍ଦିର । କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡିରେ ଏଥର ଜମିନି ମେଳା, କୋଭିଡ୍ କଟକଣା ହେତୁ କୌଣସି ଦୋକାନ ବଜାର, ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାମଯଜ୍ଞର ଆୟୋଜନ କରାଯାଇନାହିଁ । କେବଳ ପାରମ୍ପାରିକ ରୀତିରେ ନୀତିକାନ୍ତ ମଧ୍ୟରେ ମହାପ୍ରଭୁ ଧବଳେଶ୍ୱର ଙ୍କର ମହାଶିବରାତ୍ରୀ ପୂଜା ଅର୍ଚ୍ଚନା ହେଉ ଥିବା ଦେଖିବାକୁ ମିଳିଥିଲା । ତେବେ ଅଷ୍ଟମ-ନବମ ଶତାଦ୍ଦୀର ଏଇ ଶୈବପୀଠ ଠାରେ କାହିଁ ଅନାଦି କାଳରୁ ଶିବରାତ୍ରି ମେଳା ଅନୁଷ୍ଠିତ ହୋଇଆସୁଥିଲା । ପ୍ରାୟ ଏକ ସପ୍ତାହ ଧରି ଏଠାରେ ମେଳା ଜମୁଥିଲା । ବିଭିନ୍ନ ମନୋହରୀ ଦୋକାନ ସମେତ ମୀନାବଜାର ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଳଚଞ୍ଚଳ ହୋଇପଡୁଥିଲା ଧବଳେଶ୍ୱର ପୀଠ । ଅପେରା, ସଂକୀର୍ତ୍ତନରେ କମ୍ପୁଥିଲା ଅଞ୍ଚଳ । କେବଳ କଳାହାଣ୍ଡି ନୁହଁ ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ବରଗଡ ସମେତ ଛତିଶଗଡ ଅଞ୍ଚଳରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସୁଥିଲେ ମେଳା ଦେଖିବା ପାଇଁ । ଶିବରାତ୍ରୀ ଦିନ ଭୋର ସମୟରୁ ସନ୍ଧ୍ୟା ଯାଏ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଲମ୍ବାଧାଡ଼ି ଲାଗି ରହୁଥିଲା ।  ତେବେ ହଜାର ହଜାର ପଶୁପକ୍ଷୀ ବଳି ଦିଆଯାଇ ଥିବା ବେଳେ ପ୍ରଶାସନ ଚୁପ୍ ରହିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking