29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶପୁଣି ଅଶାନ୍ତ ହେଲା ଜମ୍ମୁ ଏୟାରପୋର୍ଟ

ପୁଣି ଅଶାନ୍ତ ହେଲା ଜମ୍ମୁ ଏୟାରପୋର୍ଟ

ଶ୍ରୀନଗର : ଜମ୍ମୁରେ ବିସ୍ଫୋରଣ। ଜମ୍ମୁ ଏୟାରପୋର୍ଟର ଟେକ୍ନିକାଲରେ ଏରିଆରେ ବୋମା ବିସ୍ଫୋରଣ। ଘଟଣା ସ୍ଥଳରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଓ ଫୋରୋନ୍ସିକ ଟିମ୍‌ ଉପସ୍ଥିତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ହୋଇଛି ବିସ୍ଫୋରଣ। ରାତି ପ୍ରାୟ ୧ଟା ୪୦ ମିନିଟରେ ବିସ୍ଫୋରଣ ହୋଇଛି। ୫ମିନିଟରେ ୨ଥର ହୋଇଛି ବିସ୍ଫୋରଣ। ଦୁଇଟି ଡ୍ରୋନ୍‌ ମାଧ୍ୟମରେ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ମୃତାହତ ନେଇ କୌଣସି ସୂଚନା ମିଳିନି। ୨ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ।

ସୂଚନାଯୋଗ୍ୟ , ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ବ୍ୟାପକ ବ୍ୟବସ୍ଥା ପରେ ଆତଙ୍କବାଦୀମାନେ ସକ୍ରିୟ ରହୁଛନ୍ତି। ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରକୁ ପୁଣି ଅସ୍ଥିର କରିବାକୁ ଉଦ୍ୟମ ଚଳାଇଛନ୍ତି। ଶନିବାର ସେମାନେ ଶ୍ରୀନଗରର ବରବରଶାହ ଅଞ୍ଚଳରେ ଏକ ସିଆରପିଏଫ ବଙ୍କର ଉପରେ ବୋମାମାଡ଼ କରିଥିଲେ। ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking