37.1 C
Bhubaneswar
Saturday, May 18, 2024
Homeକରୋନାଚଳିତ ବର୍ଷ ଶେଷସୁଦ୍ଧା ମୋଟ ୧୩୫ କୋଟି ଡୋଜ ଟିକା ଉପଲବ୍ଧ ହେବ, କେନ୍ଦ୍ରସରକାରଙ୍କ ସୁପ୍ରିମକୋର୍ଟଙ୍କୁ...

ଚଳିତ ବର୍ଷ ଶେଷସୁଦ୍ଧା ମୋଟ ୧୩୫ କୋଟି ଡୋଜ ଟିକା ଉପଲବ୍ଧ ହେବ, କେନ୍ଦ୍ରସରକାରଙ୍କ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ

ନୂଆଦିଲ୍ଲୀ : ଦେଶରେ ଟିକା ଅଭାବ ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ଚଳିତ ବର୍ଷ ଶେଷସୁଦ୍ଧା ମୋଟ ୧୩୫ କୋଟି ଡୋଜ ଟିକା ଉପଲବ୍ଧ ହେବ। ୨୦୨୧ ଅଗଷ୍ଟରୁ ୨୦୨୧ ଡିସେମ୍ବର ମଧ୍ୟରେ ଦେଶରେ କୋଭିସିଲ୍ଡ ଟିକା ୫୦ କୋଟି, କୋଭାକ୍ସିନ ୪୦ କୋଟି, ବାୟୋ ଇ ସବ୍‍ ୟୁନିଟ ଟିକା ୩୦ କୋଟି ଏବଂ ଜାଇଡସ କାଡିଲା ଡିଏନଏ ଟିକା ୫ କୋଟି ଉପଲବ୍ଧ ହେବ। ଏଥିସହିତ ସ୍ପୁଟନିକ ଭି ଟିକା ମଧ୍ୟ ୧୦ କୋଟି ଡୋଜ ମିଳିବ। ଜୁନ୍‍ ୨୫ ସୁଦ୍ଧା ଦେଶରେ ୩୧ କୋଟି ଡୋଜରୁ ଅଧିକ ଟିକାକରଣ କରାଯାଇସାରିଛି। ସେଥିମଧ୍ୟରୁ ୧.୭୩ କୋଟି ଡୋଜରୁ ଅଧିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ଦିଆଯାଇଛି।

ସେହିଭଳି ୨.୬୬ କୋଟି ଡୋଜ ସମ୍ମୁଖଭାଗ କର୍ମଚାରୀ, ୯.୯୩ କୋଟିରୁ ଅଧିକ ଡୋଜ ୪୫ରୁ ୫୯ ବର୍ଷ ବୟସ୍କ ଏବଂ ୮.୯୬ କୋଟି ଡୋଜରୁ ଅଧିକ ଟିକା ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ଦିଆଯାଇଛି। ଏହାବ୍ୟତୀତ ୭.୮୪ କୋଟି ଡୋଜ ଟିକା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଡିଏନଏ ଟିକାର କ୍ଲିନିକାଲ ପରୀକ୍ଷଣ ଶେଷ ହୋଇଥିବାବେଳେ ଖୁବଶୀଘ୍ର ଏହା ପ୍ରଚଳନ ହେବା ବୋଲି ଏକ ନୂଆ ଆଶା ପ୍ରକାଶ ପାଇଛି।

ଖୁବଶୀଘ୍ର ଏହା ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କୋଭିଡ ପରିଚାଳନା କ୍ଷେତ୍ରରେ ଅଦାଲତ ତାଙ୍କ ନିଜ ପକ୍ଷରୁ ଦାଏର କରିଥିବା ଏକ ମାମଲାରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ନିଜ ପକ୍ଷ ରଖି କହିଛନ୍ତି, ଜାଇଡସ କାଡିଲାର ଉକ୍ତ ଟିକାର କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି ଓ ବୈଧାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି। ତାହା ମିଳିବା ପରେ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ଯୋଗାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking