27.1 C
Bhubaneswar
Thursday, April 25, 2024
Homeଓଡିଶାଅଟୋ ଚାଳକଙ୍କ ଝିଅ ମାଟ୍ରିକ୍ ପରୀକ୍ଷାରେ ଟପ୍ପର

ଅଟୋ ଚାଳକଙ୍କ ଝିଅ ମାଟ୍ରିକ୍ ପରୀକ୍ଷାରେ ଟପ୍ପର

ବୈପାରିଗୁଡା : କଥାରରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଆଉ ଲକ୍ଷ୍ୟ ଯଦି ସ୍ଥିର ,ତେବେ ସଫଳତା ନିଶ୍ଚୟ ମିଳିବ ।ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖେଇଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡାର ଜଣେ ଅଟୋ ଚାଳକଙ୍କ ଝିଅ ସୁପ୍ରିୟା ଦାସ ।ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ସୁପ୍ରିୟା, ମାଟ୍ରିକ ପରୀକ୍ଷାରେ ବୈପାରିଗୁଡା ଟପ୍ପର ହୋଇଛନ୍ତି । ସୁପ୍ରିୟାଙ୍କ ବାପା ସନ୍ତୋଷ ଦାସ ଓରଫ ମିଟୁ ଦାସ ଜଣେ ଅଟୋ ଚାଳକ । ଘର ବୈପାରିଗୁଡା ସ୍ଥିତ ଦୁର୍ଗା ମନ୍ଦିର ସାହିରେ । ପେଟ ପାଟଣା ପାଇଁ ପ୍ରତିଦିନ ଅନେକ ଅସୁବିଧାକୁ ସାମନା କରିବାକୁ ପଡେ ସୁପ୍ରିୟାଙ୍କ ବାପା ସନ୍ତୋଷଙ୍କୁ ହେଲେ ସବୁ ଅଭାବ ଅସୁବିଧା ଭିତରେବି ବାପାଙ୍କ ନାଁ ରଖିଛନ୍ତି ସୁପ୍ରିୟା । ସବୁ ପ୍ରତିବନ୍ଧକକୁ ପାର୍‌ ହୋଇ ସେ ବାପା ମାଆଙ୍କ ଇଚ୍ଛାକୁ ସାକାର କରିପାରିଛନ୍ତି ।

ତାଙ୍କ ଏହି ସଫଳତାରେ ଘରେ ଖୁସିର ଲହରୀ ଖେଳି ଯାଇଛି। ସୁପ୍ରିୟା, ମାଟ୍ରିକ ପରୀକ୍ଷାରେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୪୬୫ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିବା ପରେ ଏବେ ଚର୍ଚ୍ଚାରେ ବାପା ସନ୍ତୋଷ ଦାସ ଏବଂ ମାଆ ପ୍ରବୀଣା ଦାସଙ୍କ ଝିଅ ସୁପ୍ରିୟା ଦାସ। ସମୁଦାୟ ୪୬୫ ନମ୍ବର ଅର୍ଥାତ ୭୭.୫ ଶତକଡ଼ା ନମ୍ବର ରଖିଥିବା ସୁପ୍ରିୟା ଏହି ସଫଳତା ପାଇଁ ଅନେକ ଅସୁବିଧାର ସାମ୍‌ନା କରିଛନ୍ତି। ସେ ଦିନକୁ ୧୦ ରୁ ୧୨ଘଣ୍ଟା ପରିଶ୍ରମ କରୁଥିବା ପ୍ରକାଶ କରିଛନ୍ତି ।

ଅନେକ ପ୍ରତିକୂଳ ସ୍ଥିତି ପରେ ମଧ୍ୟ ସୁପ୍ରିୟା ସଫଳତା ପାଇ ସେତେଟା ଖୁସି ନୁହଁନ୍ତି ବୋଲି ପ୍ରକାଶ କରିଛନ୍ତି କାରଣ ସେ ୫୨୦ ରୁ ୫୩୦ ନମ୍ବର ରଖିବେ ବୋଲି ବହୁତ ଆଶାବାଦୀ ଥିଲେ ବୋଲି କ୍ୟାମେରା ଆଗରେ ଦୁଃଖର ସହ ପ୍ରକାଶ କରିଛନ୍ତି । ଆଗକୁ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ସେଥି ପାଇଁ ସେ ପ୍ରଥମେ ନିଜ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ,ଟିୟୁସନ ଶିକ୍ଷକ,ନିଜ ବାପା, ମାଆ ଏବଂ ସାଙ୍ଗସାଥିଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । କରୋନା କଟକଣା ହେତୁ ଶିକ୍ଷାର୍ଥୀ ଏବଂ ଗୁରୁଙ୍କ ମଧ୍ୟରେ ଭେଟ ହେବା ସୁଯୋଗ ମିଳିପାରିନାହିଁ । ତଥାପି ବିଦ୍ୟାର୍ଥୀ ମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉନ୍ନତି କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking