30.1 C
Bhubaneswar
Friday, April 26, 2024
Homeଓଡିଶା‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଭିଭାଷଣର ମୁଖ୍ୟ...

‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଭିଭାଷଣର ମୁଖ୍ୟ ବିଷୟ

ଭୁବନେଶ୍ୱର, : ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶାର ଅସ୍ମିତା ଏବଂ ରାଜ୍ୟର ଗୈାରବକୁ ସର୍ବଦା ଆଗକୁ ନେଇଛନ୍ତି । ଓଡିଶାର ବିକାଶ ବିଜେପିର ପ୍ରାଥମିକତା । ଓଡିଶାରେ ପଦ୍ମ ଫୁଟିବ ଓ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱର ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡା କହିଛନ୍ତି ।
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଗାମୀ ୨୫ବର୍ଷରେ ଭାରତବର୍ଷକୁ ଏକ ବିକଶିତ ଦେଶ ଗଢ଼ି ତୋଳିବାର ଆବଶ୍ୟକତା ରହିଛି । ଦାସତ୍ୱର ମାନସିକତାରୁ ମୁକ୍ତି ପାଇବାକୁ ହେବ; ଆମର ଐତିହ୍ୟ ଉପରେ ଗର୍ବ କରି ଆଗକୁ ବଢ଼ିବାକୁ ହେବ; ଏକତା ସହ ମିଳିମିଶି “ନୂତନ ଭାରତ” ଗଠନ କରିବାକୁ ହେବ ଏବଂ ଦେଶପ୍ରତି ନିଜର କର୍ତବ୍ୟ ସଠିକ ରୂପେ ପାଳନ କରିବାକୁ ପଡିବ ।
 ବିଜେପିର ପ୍ରତ୍ୟେକ କର୍ମୀ ରାଷ୍ଟ୍ରହିତରେ ପ୍ରଧାନମନ୍ତ୍ରୀଙ୍କ ୫ଟି ସଂକଳ୍ପକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଯଦି ରାଜପଥକୁ କର୍ତବ୍ୟପଥରେ ବଦଳାଇ ଦିଆଯାଇପାରେ, ରେସକୋର୍ସର ନାମ ବଦଳାଇ ଲୋକକଲ୍ୟାଣ ମାର୍ଗ କରାଯାଇପାରେ, ତାହାଲେ ଓଡିଶାରେ ମଧ୍ୟ ଜଣେ ସାଧାରଣ କାର୍ଯ୍ୟକର୍ତାଟିଏ ସ୍ୱୟଂ ସମର୍ପିତ ମନୋଭାବ ନେଇ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିପାରେ ।
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନରେ ପ୍ରଥମ ଥର ପାଇଁ ଓଡ଼ିଶାର ଝିଅ ଏବଂ ଆଦିବାସୀ ମହିଳା ସମ୍ମାନନୀୟା ଶ୍ରୀମତୀ ଦୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଳଂକୃତ ହୋଇଛନ୍ତି । ଏହା ନିଶ୍ଚିତ ଭାବେ ଭାରତବର୍ଷ ପାଇଁ ଏକ ଐତିସହାସିକ ମୁହୂର୍ତ ଏବଂ ଦେଶର ପ୍ରାୟ ୮କୋଟି ଆଦିବାସୀ ଭାଇ-ଭଉଣୀଙ୍କ ପାଇଁ ସମ୍ମାନ ଅଟେ ।
 ଗତ ୪୦ବର୍ଷ ଧରି ରାଜନୀତିରେ କାର୍ଯ୍ୟ କରୁଛି ଓ ଆଜି ମୁଁ ଗର୍ବିତ ଅନୁଭବ କରୁଛି ଯେ, ବିଶ୍ୱର ସବୁଠାରୁ ଲୋକପ୍ରିୟ ଜନନେତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆମ ଦଳର ସଦସ୍ୟ ଅଟନ୍ତି । ଆଜି ଶ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛି ।
 ପ୍ରତ୍ୟେକ ଗ୍ରାମ, ଗରିବ, କୃଷକ, ଦଳିତ, ଆଦିବାସୀ, ପଛୁଆ, ମହିଳା ଏବଂ ଯୁବକଙ୍କୁ ସଶକ୍ତ କରିବାକୁ ଭାରତୀୟ ଜନତା ପାର୍ଟୀ ଆସିଛି । ଅଳ୍ପ ସଂଖ୍ୟକ ଭାଇ ଓ ଭଉଣୀଙ୍କୁ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ର ଧାରାରେ ଯୋଡିବାକୁ ଆସିଛୁ ।
 ଓଡ଼ିଶାରେ ୪୩ଲକ୍ଷ ଘରେ ନଳ ଯୋଗେ ଜଳ ପଂହଚିଛି । ସ୍ୱଚ୍ଛ ଭାରତ ଯୋଜନାରେ ୭୨ଲକ୍ଷ ପାଇଖାନା ନିର୍ମାଣ କରାଯାଇଛି । ଉଜ୍ୱଳା ଯୋଜନାରେ ୫୧ଲକ୍ଷ ମହିଳାଙ୍କୁ ଗ୍ୟାସ ଦିଆଯାଇଛି । କିସାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ପ୍ରାୟ ୪୦.୮୦ଲକ୍ଷ ଚାଷୀଙ୍କୁ ଆର୍ôଥକ ସହାୟତା ଦିଆଯାଉଛି ।
 ବିଜେପି ଦେଶର ଏକମାତ୍ର ଦଳ ଯିଏ ବିଚାରଧାରା ଏବଂ କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମର ବଳରେ ପରିଚାଳିତ ହୋଇଥାଏ । ବିଜେପି କେବେହେଲେ ବିଚାରଧାରା ସହିତ ବୁଝାମଣା କରିନାହିଁ ।
 ଭାରତ ମାତାର ସୁପୁତ୍ର ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ୧୯୯୩ ମସିହାରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇବା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ । ଏହି ବଳିଦାନକୁ ଅଗଷ୍ଟ ୫, ୨୦୧୯ମସିହାରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୩୭୦ଧାରାକୁ ଧରାଶାୟୀ କରାଯାଇଛି ।
 ପ୍ରକୃତ ପକ୍ଷେ ଆଜି ବିଜେପି ସମଗ୍ର ଦେଶରେ ଏକମାତ୍ର ଜାତୀୟ ଦଳ ହୋଇ ରହିଛିି । ଏବେ କଂଗ୍ରେସ ଦଳ ‘ଭାଇ-ଭଉଣୀ’ ପାର୍ଟିରେ ପରିଣତ ହୋଇଛି । କଂଗ୍ରେସ ଆଉ ଜାତୀୟ କି ଭାରତୀୟ ରାଜନୈତିକ ଦଳ ହୋଇ ରହି ନାହିଁ ।
 ଦେଶ ବିଭାଜନକାରୀ ଓ ଆତଙ୍କବାଦୀକୁ ସମର୍ଥନ କରୁଥିବା ଟୁକୁଡେ ଟୁକୁଡେ ଗ୍ୟାଙ୍ଗର ସଦସ୍ୟଙ୍କୁ ରାହୁଲ ଗାନ୍ଧୀ ସମର୍ଥନ କରୁଛନ୍ତି ଏବଂ ଯାହା ଦେଶ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କଂଗ୍ରେସ ଦଳର କୈାଣସି ବିଚାରଧାରା ନାହିଁ ।
 ପରିବାରବାଦୀ ପାର୍ଟୀ ସହିତ ବିଜେପି ଆଜି ମୁକାବିଲା କରୁଛି । ଉତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଆଜି ବିଭିନ୍ନ ରାଜ୍ୟରେ ପରିବାଦବାଦ ପାର୍ଟିମାନେ ଦେଶର ବିକାଶରେ ବାଧକ ସାଜିଛନ୍ତିି । ଆମକୁ ଏଭଳି ପରିବାରବାଦ ପାର୍ଟିଗୁଡିକୁ ପରାସ୍ତ କରିବାକୁ ପଡିବ ।
 ବିଜେପି ସରକାର ଏସ୍‌ସି, ଏସ୍‌ଟି ଓ ଓବିସି ଛାତ୍ରଛାତ୍ରୀମାନଙ୍କୁ ବହୁ ସଂଖ୍ୟାରେ ଛାତ୍ରବୃତି ପ୍ରଦାନ କରିଛି । ମୋଦି ସରକାର ଓବିସି କମିଶନଙ୍କୁ ସାମ୍ବିଧାନିକ ସ୍ୱୀକୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନୀତି ସ୍ପଷ୍ଟ କାରଣରୁ ଏସ୍‌ସି, ଏସ୍‌ଟି ଓ ଓବିସିଙ୍କ ବର୍ଗର କଲ୍ୟାଣକାରୀ କାର୍ଯ୍ୟ ସମ୍ଭବ ହେଉଛି ।
 ଅତୀତରେ ଅଳ୍ପସଂଖ୍ୟକ ଆୟୋଗ ତିନ ତଲାକ ପ୍ରଥାକୁ ଉଚ୍ଚେଦ କରିବା ପାଇଁ ସୁପାରିଶ କରିଥିଲେ । ତିନି ତଲାକକୁ ରଦ୍ଦ କରିବାର ସାହାସ କାହାର ନଥିଲା କିନ୍ତୁ ମୋଦିଜୀ ଏହାକୁ ଉଚ୍ଛେଦ କରିଛନ୍ତି । ମୋଦିଜୀ ମୁସଲିମ୍ ମହିଳାଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ପ୍ରଦାନ କରିଛନ୍ତି ।
 ୧୯୭୭ମସିହା ଦେଶରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ଏବଂ ଲକ୍ଷେରୁ ଅଧିକ ଲୋକଙ୍କୁ ବିନା କାରଣରେ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା । ଏଥି ମଧ୍ୟରୁ ପ୍ରାୟ ୭୦,୦୦୦ ଲୋକ ବିଜେପିର ବିଚାରଧାରା ଓ ଆଦର୍ଶର ଥିଲେ । ବର୍ଷ ବର୍ଷ ଧରି ବିଜେପିର କାର୍ଯ୍ୟକର୍ତା ଜେଲରେ ରହି ଗଣତନ୍ତ୍ରର ସୁରକ୍ଷା ପାଇଁ ସଂର୍ଘଷ କରିଥିଲେ ।
 ଏବେ ଦେଶରେ ପରିବର୍ତନ ଆସିଛି । ଏବେ ଭାରତର କୌଣସି ନାଗରିକ ବିଶ୍ୱର ଯେ କୌଣସି ସ୍ଥାନରେ ଯଦି କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହାଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଚିନ୍ତା ନୁହେଁ ବରଂ ସୁରକ୍ଷାରେ ଘରକୁ ଫେରାଇ ଆଣିବାର ସମସ୍ତ ବନ୍ଦୋବସ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking