30.1 C
Bhubaneswar
Saturday, May 4, 2024
Homeଓଡିଶାଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ: ବିଭୂ ପ୍ରସାଦ ତରାଇ

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ: ବିଭୂ ପ୍ରସାଦ ତରାଇ

+ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଧୂଆଁବାଣ : ଦୁଷ୍ମନ୍ତ ଦାସ ତାର ଜ୍ୱଳନ୍ତ ଉଦାହରଣ

+ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାରୀ ଆୟୋଗଙ୍କୁ ଭେଟି ଏହି ହତ୍ୟକଣ୍ଡାର ତଦନ୍ତ କରାଯାଉ ଦାବିକଲେ.

+ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ କେବଳ ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ବରଂ ଉଦ୍ଦେଶ୍ୟମୂଳକ ଅବହେଳା ଜନିତ ମୃତ୍ୟୁ

+କ୍ୟାପିଟାଲ୍ ହସ୍ପିଟାଲରୁ କଟକ ବଡ ମେଡିକାଲରେ ପହଂଚିବା ପାଇଁ ୨ ଘଂଟା ୩୦ ମିନିଟ୍ ସମୟ କାହିଁକି ଲାଗିଲା?

+ଭୁବନେଶ୍ୱରର ଅନ୍ୟ କୌଣସି ବେସରକାରୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସାର ବନ୍ଦୋବସ୍ତ କରାଗଲା ନାହିଁ କାହିଁକି ?

+ବିଷ ଖାଇବା ରୋଗୀକୁ ଉତମ ଚିକିତ୍ସା ଯୋଗାଇବା ପାଇଁ କ୍ୟାପିଟାଲ ହସ୍ପିଟାଲ ପରି ନାମକରା ଡାକ୍ତରଖାନାରେ କ’ଣ ସୁବିଧା ନାହିଁ?

ଭୁବନେଶ୍ୱର: ସମଗ୍ର ଓଡିଶାରେ ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଏକ ଚର୍ଚ୍ଚିତ ଓ ସମ୍ବେଦନଶୀଳ ପ୍ରସଙ୍ଗ । ଗତ ୮ ତାରିଖ ଦିନ କୁଜଙ୍ଗ ଥାନା ଅନ୍ତର୍ଗତ ମନ୍ତ୍ରୀ ପାଟଣା ଗ୍ରାମର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ । ବିଧାନସଭା ସମ୍ମୁଖରେ ବିଷ ଖାଇବା କଥା ଦୁଷ୍ମନ୍ତ ଦାସ ଗଣମାଧ୍ୟମରେ ପ୍ରକାଶ କରିବା ପରେ ପୋଲିସ୍ ଦୁଷ୍ମନ୍ତଙ୍କୁ ଦିନ ୧୨.୩୦ରେ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତି କରିଥିଲା । ସେଠାରେ ତାଙ୍କୁ ୧.୩୦ ପର୍ଯ୍ୟନ୍ତ ରଖାଯାଇଥିଲା ତା ପରେ ଦୁଷ୍ମନ୍ତଙ୍କୁ କଟକ ଏସ୍‌ସିବି ମେଡିକାଲରେ ୪.୦୦ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଏହି ମୃତ୍ୟୁ କେବଳ ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ବରଂ ଉଦ୍ଦେଶ୍ୟମୂଳକ ଅବହେଳା ଜନିତ ମୃତ୍ୟୁ ଅଟେ ବୋଲି ଶ୍ରୀ ବିଭୂ ପ୍ରସାଦ ତରାଇ କହିଛନ୍ତି ।
ଜଣେ ବିଷ ଖାଇବା ରୋଗୀକୁ ଉତମ ଚିକିତ୍ସା ଯୋଗାଇବା ପାଇଁ କ୍ୟାପିଟାଲ ହସ୍ପିଟାଲ ପରି ନାମକରା ଡାକ୍ତରଖାନାରେ କଣ ସୁବିଧା ନାହିଁ? ଯଦି ସୁବିଧା ନଥିଲା, ତେବେ ଭୁବନେଶ୍ୱରର ଅନ୍ୟ କୌଣସି ବେସରକାରୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସାର ବନ୍ଦୋବସ୍ତ କରାଗଲା ନାହିଁ କାହିଁକି? ଯଦି ଏସ୍‌ସିବି ମେଡିକାଲକୁ ତାଙ୍କୁ ନିଆଗଲା, ତେବେ କଟକରେ ପହଂଚିବା ପାଇଁ ୨ ଘଂଟା ୩୦ ମିନିଟ୍ ସମୟ କାହିଁକି ଲାଗିଲା? ଯଦି ଆବଶ୍ୟକୀୟ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ କଟକର ଏସ୍‌ସିବିକୁ ସ୍ଥାନାନ୍ତର କରାଗଲା, ତେବେ ଆଇସିୟୁରେ ଭର୍ତି ନକରାଯାଇ ସାଧାରଣ ବିଭାଗରେ ରଖାଯିବାର କାରଣ କଣ? ଆତ୍ମହତ୍ୟା କାରଣରୁ ଦୁଷ୍ମନ୍ତ ଦାସର ମୃତ୍ୟୁ ହେଲା ବୋଲି କହୁଥିବା ରାଜ୍ୟ ସରକାର, ତାଙ୍କର ମୃତ୍ୟୁ ପରେ ତ୍ୱରିତ ଗତିରେ କୁଜଙ୍ଗର ବିଡିଓ, ଏସ୍‌ଡିପିଓ ଓ ଆଇଆଇସି ମାନଙ୍କୁ ଦୁଷ୍ମନ୍ତ ଦାସଙ୍କ ସ୍ତ୍ରୀ ଓ ମାକୁ ତରବରିଆ ଭାବରେ କଟକ ଆଣି, ରାତି ୨ଟା ବେଳେ ଶବ ବ୍ୟବଚ୍ଛେଦ କରି ଭୋର୍ ସକାଳ ୪.୩୦ରେ ପୁରୀର ସ୍ୱର୍ଗ ଦ୍ୱାରରେ ଶବ ସତ୍‌କାର କରିବାର କାରଣ କଣ ବୋଲି ଶ୍ରୀ ତରାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଦୁଷ୍ମନ୍ତ ଦାସ ବାରମ୍ବାର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଏବଂ ଚିକିତ୍ସା ଅବହେଳାର ଅଭିଯୋଗ କରିବା ସହିତ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ମାଧ୍ୟମରେ ଡାକ୍ତରଖାନାରେ ଆର୍ôଥକ ସହାୟତା ନପାଇବାରୁ ଆତ୍ମବିଶ୍ୱାସ ହରାଇ “ମୋତେ ଚିକିତ୍ସା ଦିଅ, ନହେଲେ ମୋତେ ମୃତ୍ୟୁ ଦିଅ” ବୋଲି ସରକାରଙ୍କୁ ନିବେଦନ କରିବା ବିଷୟରେ ଗଣମାଧ୍ୟମ ଜରିଆରେ ଓଡିଶାବାସୀ ଜାଣିଛନ୍ତି । ସରକାରଙ୍କୁ ଜଣାପଡିଲାନାହିଁ କେମିତି? ତେଣୁ ଏଥିରୁ ସ୍ପଷ୍ଟ, ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ, ସଂପୃକ୍ତ ପୋଲିସ୍ ଓ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଏକ ସୁପରିକଳ୍ପିତ ପ୍ରାୟୋଜିତ ହତ୍ୟାକାଣ୍ଡ । ୩ଘଂଟା ୩୦ ମିନିଟ୍ ମଧ୍ୟରେ ଦୁଷ୍ମନ୍ତଙ୍କୁ ଠିକଣା ଚିକିତ୍ସା ଯୋଗାଇବାରେ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଇ ଯେଉଁ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ତାଙ୍କ ମୃତ୍ୟୁର କାରଣ ହୋଇଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଶ୍ରୀ ତରାଇ ଦାବୀ କରିଛନ୍ତି ।
ଏହି ସମ୍ବଦ୍ଧରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାରୀ ଆୟୋଗଙ୍କୁ ଭେଟି ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡର ତଦନ୍ତ ଏବଂ ତାଙ୍କ ସହ ଜଡିତ ଥିବା ସରକାରୀ ଅଧିକାରୀ ମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ମାନବାଧିକାରୀ ଆୟୋଗଙ୍କୁ ଭେଟି ଶ୍ରୀ ତରାଇ ଦାବି କରିଛନ୍ତି ।
ତେଣୁ ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଂଟି ଓଡିଶାବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ । ଦୁଷ୍ମନ୍ତ ଦାସ ପରି ହଜାର ହଜାର ରୋଗୀଙ୍କୁ ଅର୍ଥ ସହାୟତାର ମିଥ୍ୟା ଆଶ୍ୱାସନା ଦେଇ ମୃତ୍ୟୁ ମୁଖକୁ ଠେଲି ଦେବା ପାଇଁ ଅପଚେଷ୍ଟା କରନ୍ତୁ ନାହିଁ ବୋଲି ଶ୍ରୀ ବିଭୂ ପ୍ରସାଦ ତରାଇ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବିଭୂ ପ୍ରସାଦ ତରାଇ, ରାଜ୍ୟ ଗଣମାଧ୍ୟମ ପ୍ରମୁଖ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ୍‌, ରାଜେନ୍ଦ୍ର ପଣ୍ଡା ଓ ପାରାଦୀପ ବିଜେପି ନେତା ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking