32.1 C
Bhubaneswar
Saturday, May 4, 2024
Homeଓଡିଶାଆଗାମୀ ଶାଢ଼େ ତିନି ବର୍ଷରେ ଭାରତ ହେବ ହିନ୍ଦୁରାଷ୍ଟ୍ର -ପୁରୀ ଶଙ୍କରଚାର୍ଯ୍ୟ,

ଆଗାମୀ ଶାଢ଼େ ତିନି ବର୍ଷରେ ଭାରତ ହେବ ହିନ୍ଦୁରାଷ୍ଟ୍ର -ପୁରୀ ଶଙ୍କରଚାର୍ଯ୍ୟ,

ପୁରୀ  : ଗତ ତା ୧୩ ଓ ୧୪ ସେପ୍ଟେମ୍ବର ଦୁଇଦିନ ଧରି ଶଙ୍କରଚାର୍ଯ୍ୟ ପୂଜ୍ୟପାଦ
ଶ୍ରୀମଜ୍ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦସରସ୍ୱତୀଜୀ ମହାରାଜଙ୍କଦ୍ୱାରା ସଂସ୍ଥାପିତ ପୀଠପରିଷଦ, ଆଦିତ୍ୟବାହିନୀ
ଓ ଆନନ୍ଦବାହିନୀର ଓଡ଼ିଶା ପ୍ରାନ୍ତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସମଗ୍ର
ଓଡ଼ିଶାର ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଗଜପତି, ରାୟଗଡ଼ା,
ନବରଙ୍ଗପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ବରଗଡ଼, ଅନୁଗୁଳ, ଜଳେଶ୍ୱର, ବାଲେଶ୍ୱର,
ଭଦ୍ରକ, ଢ଼େଙ୍କାନାଳ ଆଦି ଜିଲ୍ଲାରୁ ମୋଟ ୮୦ ଜଣ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ।
ଆଦିତ୍ୟବାହିନୀର ଆନ୍ତରାଷ୍ଟ୍ରୀୟ ସଂଯୋଜକ ହୃଷୀକେଶ ବ୍ରହ୍ମଚାରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଅବସରପ୍ରାପ୍ତ
ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ ଦାସ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀଯୁକ୍ତ ମାତୃପ୍ରସାଦ ମିଶ୍ର,
ପୀଠପରିଷଦର ପ୍ରାନ୍ତୀୟ ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲ କୁମାର ରଥ, ଆଦିତ୍ୟବାହିନୀର ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର
ଖୁଂଟିଆ ଓ ମହାସଚିବ ଶ୍ରୀ ଶୁଭେନ୍ଦୁ ଶେଖର ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ଓ ଜୟଘୋଷ ଦେଇ ବୈଠକକୁ
ଉଦ୍‌ଘାଟନ କରିଥିଲେ ।
ଡଃ ପ୍ରଫୁଲ୍ଲ ରଥ ସମସ୍ତଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଆଦିତ୍ୟବାହିନୀର ମହାସଚିବ
ବାର୍ଷିକ ବିବରଣୀ ପାଠ କରିଥିଲେ । ୫ ଭାଗରେ ବିଭକ୍ତ ହୋଇଥିବା ରାଜ୍ୟ ପରିଷଦର ସମସ୍ତ ବିଭାଗ
ସଙ୍ଗଠନ ସଚିବ ଶୁଭେନ୍ଦୁ ସ୍ୱାଇଁ, ନୀଳାମ୍ବର ଶତପଥୀ, ରଘୁନାଥ ମହାନ୍ତ, ତିରୁପତି ମହାନ୍ତି ଓ ବରୁଣକୁମାର
ସାହୁ ନିଜ ନିଜ କ୍ଷେତ୍ରର ସଙ୍ଗଠନ କାର୍ଯ୍ୟର ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ ।
ଆଜି ତା ୧୪.୦୯.୨୦୨୧ ରିଖ ପୂର୍ବାହ୍ଣ ୧୦ଟା ସମୟରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜଙ୍କ
ସାନ୍ନିଧ୍ୟରେ ପ୍ରାନ୍ତୀୟ ପରିଷଦର ଦ୍ୱିତୀୟ ସତ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରାନ୍ତୀୟ ପୀଠପରିଷଦ,
ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର କାର୍ଯ୍ୟକର୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା । ପୀଠପରିଷଦରେ
ପ୍ରେରକ, ନିରୀକ୍ଷକ, ମାର୍ଗଦର୍ଶକମଣ୍ଡଳୀରେ ଡଃ ଅମୀୟ ମହାପାତ୍ର, ପ୍ରାନ୍ତୀୟ ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲ କୁମାର ରଥ,
ଉପାଧ୍ୟକ୍ଷ ତିରୁପତି ମହାନ୍ତି ଓ ମନୋଜ ମହାପାତ୍ର, ମହାସଚିବ ଇଂ ପ୍ରଶାନ୍ତ ଆଚାର୍ଯ୍ୟ, ସଚିବ ପଣ୍ଡିତ ରୋହିତ
ଦାଶ, ସଙ୍ଗଠନ ସଚିବ ଡଃ ପ୍ରଭୁଚରଣ ମହାନ୍ତି, ଆବାହକ ପୀଠପୂଜନ ସମିତି ଶ୍ରୀ ମନୋଜ ପାଲ,
କ୍ଷେତ୍ରୀୟ ସମାଜ ସମ୍ପର୍କ ସଚିବ ଶ୍ରୀ ଜଗଦୀଶ ମର୍ଦ୍ଦରାଜ ଭାବରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଦାୟିତ୍ୱ ପ୍ରଦାନ କରିଛନ୍ତି ।
ସେହିପରି ପ୍ରାନ୍ତୀୟ ଆଦିତ୍ୟବାହିନୀରେ କାର୍ଯ୍ୟକର୍ତା ଭାବେ ପ୍ରେରକ ନିରୀକ୍ଷକ ମାର୍ଗଦର୍ଶକମଣ୍ଡଳୀରେ ଶ୍ରୀହେମନ୍ତକୁମାର ଦାଶ,
ଶ୍ରୀକୃପାସିନ୍ଧୁ ପଣ୍ଡା, ଶ୍ରୀବୈକୁଣ୍ଠନାଥ ମିଶ୍ର, ଅଧ୍ୟକ୍ଷ ପୁରୀର ପୂର୍ଣ୍ଣଚନ୍ଦ୍ର ଖୁଂଟିଆ, ପ୍ରାନ୍ତୀୟ ଉପାଧ୍ୟକ୍ଷ ବ୍ରଜବନ୍ଧୁ ମହାରଣା ଓ କମ୍ବୁଧର
ମିଶ୍ର, ପ୍ରାନ୍ତୀୟ ମହାସଚିବ କଟକର ଶୁଭେନ୍ଦୁ କୁମାରୀ ସ୍ୱାଇଁ, ସଙ୍ଗଠନ ସଚିବ ରାୟଗଡ଼ାର ଶ୍ରୀ ଜଗଦୀଶ ମିଶ୍ର, ସହସଚିବ
ଭଦ୍ରକର ଶ୍ରୀ ପ୍ରତାପ ଭାରତୀ ଓ ଜଗତ୍‌ସିଂହପୁରର ଶ୍ରୀ ସୁରେଶ କୁମାର ଚୌଧୁରୀ, ପ୍ରଚାର ସଚିବ କଟକର ଶ୍ରୀ ପ୍ରେମାନନ୍ଦ
ସାମଲ, ଗଣମାଧ୍ୟମ ଓ ପ୍ରଚାର-ପ୍ରସାର ଭୁବନେଶ୍ୱରର ଶ୍ରୀ ଅରୁଣକୁମାର ମହାନ୍ତି, ଆଇନ ପରାମର୍ଶଦାତା ପୁରୀର ଶ୍ରୀ ଅଶୋକ
ମହାପାତ୍ର, ସାଂସ୍କୃତିକ ସଚିବ ଭୁବନେଶ୍ୱରର ଶ୍ରୀ ମନୋଜ ସାହୁ, କୋଷାଧ୍ୟକ୍ଷ ଭୁବନେଶ୍ୱରର ଶ୍ରୀ ଅଜୟ ନାୟକ, ପୂର୍ବବିଭାଗ
ସମ୍ପର୍କ ସଚିବ ଶ୍ରୀ ଶୁଭେନ୍ଦୁ ଦାଶ, ପୂର୍ବବିଭାଗ ସଙ୍ଗଠନ ସଚିବ ଶ୍ରୀ ସଂଗ୍ରାମ କାନୁନଗୋ, ପଶ୍ଚିମ ବିଭାଗ ସମ୍ପର୍କ ସଚିବ ବିଜୟ
କୁମାର ମିଶ୍ର ଏବଂ ପଶ୍ଚିମ ବିଭାଗ ସଙ୍ଗଠନ ସଚିବ ନୀଳାମ୍ବର ଶତପଥୀ, ମଧ୍ୟବିଭାଗ ସମ୍ପର୍କ ସଚିବ ସୌରୀରଞ୍ଜନ ପଣ୍ଡା, ଓ
ମଧ୍ୟବିଭାଗ ସଙ୍ଗଠନ ସଚିବ ଶ୍ରୀ ବରୁଣ କୁମାର ସାହୁ, ଉତର ବିଭାଗ ସମ୍ପର୍କ ସଚିବ ଶ୍ରୀ ରଘୁନାଥ ମହାନ୍ତ ଓ ଉତର ବିଭାଗ
ସଙ୍ଗଠନ ସଚିବ ମହେଶ ତ୍ରିପାଠୀ, ଦକ୍ଷିଣ ବିଭାଗ ସମ୍ପର୍କ ସଚିବ ଶ୍ରୀ ଉମାଶଙ୍କର ପାଣି ଓ ଦକ୍ଷିଣ ବିଭାଗ ସଙ୍ଗଠନସଚିବ ପଣ୍ଡିତ
ଜଗନ୍ନାଥ ରଥ ପ୍ରଭୃତିଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଆଦିତ୍ୟବାହିନୀର କ୍ଷେତ୍ରୀୟ ସମ୍ପାଦକ ଭାବରେ ଶ୍ରୀ ଦୁର୍ଗାମାଧବ
ବଳିୟାରସିଂହ, ଶ୍ରୀ ଚିତ୍ରସେନ ପାତ୍ର, ଶ୍ରୀ ଲିଙ୍ଗରାଜ ପତି, ଶ୍ରୀ ରମଣ ଚାଟାର୍ଜୀ, ଶ୍ରୀ ରାମହରି ପୂଜାରୀ, ଶ୍ରୀ ବିପିନବିହାରୀ
ପଣ୍ଡା, ଶ୍ରୀ ବିଜୟ ତ୍ରିପାଠୀ, ଶ୍ରୀ ଗିରିଗୋବର୍ଦ୍ଧନ ସେନାପତି, ଶ୍ରୀ ଚମ୍ପେଶ୍ୱର ବେହେରା, ଶ୍ରୀ ଲୋକନାଥ ପଣ୍ଡା, ଶ୍ରୀ ପ୍ରହଲାଦ
ମହାନ୍ତ, ଶ୍ରୀ କୁମାର ସତ୍ୟଜିତ୍ ବେଜ, ଶ୍ରୀ ନିମାଇଁ ଚରଣ ନାୟକ, ଶ୍ରୀ ସୀତାନାଥ ମହାନ୍ତ, ଶ୍ରୀ ଦେବବ୍ରତ ଆଚାର୍ଯ୍ୟ, ଡଃ
ହୃଷୀକେଶ ପାଢ଼ୀ, ଶ୍ରୀ ଅନିଲ ଜେନା, ଶ୍ରୀ ଗୌରାଙ୍ଗ ପାତ୍ର, ଶ୍ରୀ ସାଗର ମହାନ୍ତି, ଶ୍ରୀ ନରେନ୍ଦ୍ର କୁମାର ରାଉତ ପ୍ରଭୃତିଙ୍କୁ
ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପ୍ରାନ୍ତୀୟ ଆନନ୍ଦବାହିନୀ ନିମନ୍ତେ ଥାଟରାଣୀ ଶ୍ରୀମତୀ ସୋମା ଦେବୀ, ସୁଶ୍ରୀ ଚିନ୍ମୟୀ
ଦେଓ, ଶ୍ରୀମତୀ ଅମିତା ମିଶ୍ର, ଶ୍ରୀମତୀ ଅନିମା ଆଚାର୍ଯ୍ୟ ଆଦିଙ୍କୁ ନେଇ ଏକ ପ୍ରଦେଶ ସଂଯୋଜନା ସମିତି ଗଠନ କରାଯାଇଅଛି
। ତତ୍‌ସହିତ ପୂଜ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମହାରାଜଙ୍କ ଓଡ଼ିଶା ପ୍ରବାସ ଯୋଜନା ନିମନ୍ତେ ପ୍ରଭାରୀ ଭାବେ ଶ୍ରୀ ଆଦିତ୍ୟ
କୁମାର ସିଂହ, ପଣ୍ଡିତ ମାତୃପ୍ରସାଦ ମିଶ୍ର, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଂଟିଆ, ପଣ୍ଡିତ ରୋହିତ ଦାଶ, ଶ୍ରୀ ସୌରୀରଞ୍ଜନ ପଣ୍ଡା, ଶ୍ରୀ ପ୍ରତାପ
ଭାରତୀ ଓ ଶ୍ରୀ ବରୁଣ କୁମାର ସାହୁଙ୍କୁ ନେଇ ଏକ ସଂଯୋଜନା ସମିତି ଗଠନ କରାଯାଇଛି ।
ଏହି ଅବସରରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଗ୍ରାମେ ଗ୍ରାମେ ଆଦିତ୍ୟବାହିନୀର ସ୍ଥାପନାକୁ ବହୁତ ତୀବ୍ର କରିବାର
ଆବଶ୍ୟକତା ଅଛି ବୋଲି କହିଥିଲେ । ହିନ୍ଦୁ ଶୋଇଛନ୍ତି, ଜାଣିପାରୁ ନାହାଁନ୍ତି ସେମାନଙ୍କ ମୁଣ୍ଡ ଉପରେ କାଳ ବୁଲୁଛି । ତେଣୁ
ହିନ୍ଦୁ ଜାଗରୁକ ହେବା ଅତ୍ୟନ୍ତ ଆବଶ୍ୟକ । ବମ୍ବେ ତାଜ ହୋଟେଲରେ ଆତଙ୍କି ଆକ୍ରମଣ ଉଦାହରଣ ଦେଇ କହିଥିଲେ,
ଆକ୍ରମଣକାରୀ ସମୁଦ୍ର ମାର୍ଗ ଦେଇ ଆସି ଆକ୍ରମଣ କରିଥିଲେ । ସେହିପରି ସାମୁଦ୍ରିକ ସୀମା ଲଂଘନ କରି ଆତଙ୍କବାଦୀମାନେ
ପୁରୀରେ ପ୍ରବେଶ କରି କୌଣସି ଅରାଜକତା ଯୋଜନାକୁ କେହି ଅଣଦେଖା କରିପାରିବେ ନାହିଁ । କାରଣ ୨୮ ବର୍ଷ ତଳୁ ପୁରୀ
ଶ୍ରୀମନ୍ଦିରକୁ ଆତଙ୍କବାଦୀମାନେ ନଷ୍ଟ କରିବା ପାଇଁ ଲକ୍ଷ୍ୟ ସ୍ଥିର କରିଆସୁଅଛନ୍ତି । ଏ କଥା ମୁଁ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ କହିଛି ।
ତେଣୁ ଏ ପରିପ୍ରେକ୍ଷୀରେ ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଓ ଭାରତକୁ ହିନ୍ଦୁରାଷ୍ଟ୍ରରେ ପରିଣତ କରିବା ପାଇଁ ମାଆ ସରସ୍ୱତୀଙ୍କ
କୃପାରୁ ମୋ ମୁଁହରୁ ଶାଢ଼େ ୩ ବର୍ଷର ଲକ୍ଷ୍ୟ ବାହାରିଛି । ଆଜି ପର୍ଯ୍ୟନ୍ତ କୌଣସି ଅଭିଯାନ ବିଫଳ ହୋଇ ନାହିଁ । ପ୍ରଭୁ
ଜଗନ୍ନାଥଙ୍କ କୃପାରୁ ନିଶ୍ଚିତ ଭାବରେ ଆଗାମୀ ଶାଢ଼େ ୩ ବର୍ଷ ମଧ୍ୟରେ ଭାରତ ହିନ୍ଦୁରାଷ୍ଟ୍ର ହେବ । ଗ୍ରାମେ ଗ୍ରାମେ ଘରେ ଘରେ
ଆଦିତ୍ୟବାହିନୀର କାର୍ଯ୍ୟକର୍ତା ସୃଷ୍ଟି ହେବାର ସୌଭାଗ୍ୟ ପ୍ରାପ୍ତ ହେଉ ବୋଲି ଆଶୀର୍ବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking