29.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରରେ କୃତ୍ରିମ ବନ୍ୟା ପାଇଁ ନବୀନ ସରକାର ଦାୟୀ - ସୁରେଶ କୁମାର ରାଉତରାୟ

ଭୁବନେଶ୍ୱରରେ କୃତ୍ରିମ ବନ୍ୟା ପାଇଁ ନବୀନ ସରକାର ଦାୟୀ – ସୁରେଶ କୁମାର ରାଉତରାୟ

ଭୁବନେଶ୍ୱର – ନବୀନ ସରକାର ଭୁବନେଶ୍ୱରରେ କୃତ୍ରିମ ବନ୍ୟା ପରିସ୍ଥିତି ପାଇଁ ଦାୟୀବୋଲି
ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି । ଶ୍ରୀ ରାଉତରାୟ ତୁହାକୁ ତୁହା ବର୍ଷା
ସମୟରେ ରସୁଲଗଡ଼, ବମିଖାଲ, ଝାରପଡ଼ା, ଲକ୍ଷ୍ମୀସାଗର, ସତ୍ୟନଗର ନବୀନବସ୍ତି ଓ ଭୀମଟାଙ୍ଗୀ ଅଂଚଳ
ପରିଦର୍ଶନ କରିଥିଲେ । ବିଭିନ୍ନ ସ୍ଥାନରେ ବନ୍ୟାପାଣି କେଉଁଠି ଅଂଟାଏ ତ କେଉଁଠି ବେକେ ଲେଖାଏ ଜମି ଥିବାର
ଦେଖିଲେ । ଲୋକଙ୍କ ଘରେ ପାଣିପଶିଯିବା ଯୋଗୁଁ ଭୁବନେଶ୍ୱରରେ ସାଧାରଣ ଜନଜୀବନ ଅସସ୍ତବ୍ୟସ୍ତ
ହୋଇପଡ଼ିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସହ ଶ୍ରୀ ରାଉତରାୟ ଆଲୋଚନା କରିଥିଲେ । ଶ୍ରୀ ରାଉତରାୟ ଅଭିଯୋଗ
କରିଛନ୍ତି ଯେ ବି.ଏମ.ସି.ର ଦୀର୍ଘଦିନ କମିଶନର ରହିଥିବା ଶ୍ରୀମତୀ ଅପରାଜିତା ଷଢ଼ଙ୍ଗୀ ଆଜି ସାଂସଦ
ଥିବାବେଳେ ବି.ଏମ.ସି.ର ଦୀର୍ଘଦନ ମେୟର ଥିବା ଶ୍ରୀ ଅନନ୍ତ ନାରାୟଣ ଜେନା ଆଜି ମଧ୍ୟ ଭୁବନେଶ୍ୱରର
ବିଧାୟକ । ଏମାନେ ଦୁଇଜଣ ଆଜି ଭୁବନେଶ୍ୱର ବାସୀଙ୍କୁ ଜବାବ ଦିଅନ୍ତୁ କ’ଣ ପାଇଁ ଭୁବନେଶ୍ୱର ରାସ୍ତାଘାଟରେ
ଅଂଟାଏ ପାଣି ଜମୁଛି । ଭୁବନେଶ୍ୱର ବିକାଶ ପାଇଁ ମନମୋହନ ସିଂ ସରକାର ଦେଇଥିବା ଜବାହର ଲାଲ
ନେହେରୁ ସହରାଂଚଳ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟ ହୋଇଛି । ୨୧ ବର୍ଷର ନବୀନ
ସରକାର ଭୁବନେଶ୍ୱରରେ କ’ଣ କରିଛନ୍ତି, ତାର ଉତର ଆଜି ଜଳବନ୍ଦୀ ରହିଥିବା ଭୁବନେଶ୍ୱର ବାସୀଙ୍କୁ
ଜଣାନ୍ତୁ । ଭୁବନେଶ୍ୱର ଡେଭଲପମେଂଟ ଅଥରଟି ଦୁର୍ନୀତିର ଏକ ପାହାଡ଼ ବୋଲି ଶ୍ରୀ ରାଉତରାୟ ଅଭିଯୋଗ
କରିଛନ୍ତି । ବିଡିଏ ଲାଂଚ ଗ୍ରହଣ କରି ବଡ଼ ଅଟ୍ଟାଳିକା କରିବାକୁ ବିଲଡରଙ୍କୁ ଅନୁମତି ଦେଇଛନ୍ତି । ଯାହା ଫଳରେ
ଭୁବନେଶ୍ୱରର ସମସ୍ତ ପ୍ରାକୃତିକ ଡେନ୍ରେଜ ଅବରାଧ ହୋଇଯାଇଛି ଏବଂ ଭୁବନେଶ୍ୱରର ରାସ୍ତାଘାଟରେ ପାଣି
ଜମାର ରହୁଛି । ଅପରପକ୍ଷରେ ଭୁବନେଶ୍ୱର ସ୍ମାର୍ଟ ସିଟିକୁ କେନ୍ଦ୍ର ସରକାର ଅନେକବାର ପୁରସ୍କୃତ କରିବା
ଦୁଃଖର କଥା । ଆଜିର ଭୁବନେଶ୍ୱରର ବିକଳ ଚିତ୍ର ଦେଖିଲେ କେଉଁଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ଭାରତ
ସରକାର ପୁରସ୍କୃତ କରିଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ । ପ୍ରଥମ ୨୦ଟି ସ୍ମାର୍ଟ ସିଟିରେ ୨୦୧୬ ମସିହାରେ
ଭୁବନେଶ୍ୱର କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଏପର୍ଯ୍ୟନ୍ତ ଗୋଟିଏ ବି ଡ୍ରେନ ସଜଡ଼ା ଯାଇପାରୁନି । ପ୍ରତିବର୍ଷ
ବର୍ଷାଋତୁରେ ଭୁବନେଶ୍ୱରର ଅବସ୍ଥା ଏପରି । ବର୍ଷାଦିନ ଚାଲିଲେ ମୁଖ୍ୟମନ୍ତ୍ରୀ ଭୁଲିଯାଆନ୍ତି ଏବଂ ୨୧ ବର୍ଷ ଧରି
ଭୁବନେଶ୍ୱରବାସୀ ବିଜୁ ଜନତା ଦଳକୁ ଭୋଟି ଦେଉଛନ୍ତି ଏହା ଭୁବନେଶ୍ୱର ବାସୀଙ୍କ ଭାଗ୍ୟର ବିଡ଼ମ୍ବନା ବୋଲି
ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking