27.1 C
Bhubaneswar
Thursday, April 25, 2024
Homeଓଡିଶାପକ୍କାଘର ଆବଂଟନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରି ଦେଖାନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ:ଦିଲୀପ ମଲ୍ଲିକ

ପକ୍କାଘର ଆବଂଟନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରି ଦେଖାନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ:ଦିଲୀପ ମଲ୍ଲିକ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍ ତାଙ୍କ ରାଜ୍ୟ ମଧ୍ୟପ୍ରଦେଶରେ କଚ୍ଚା ଘରେ ବସବାସ କରୁଥିବା ସମସ୍ତ ଗରିବ ପରିବାରଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ପକ୍କାଘର ଉପଲବ୍ଧ କରିବା ପାଇଁ ବଡ ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ବଂଟନ ଦୁର୍ନିତୀରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଓ ଜେଲ୍ ପଠାଇବାର ନିର୍ଦ୍ଦେଶ ଦେବା ସହ ଆଜି ଦୁର୍ନିତୀରେ ସମ୍ପୃକ୍ତ କିଛି ଅଧିକାରୀଙ୍କୁ ଚାକିରୀରୁ ସସ୍‌ପେଣ୍ଡ୍ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ।
ଶ୍ରୀ ଚୌହାନ୍‌ଙ୍କ ରାସ୍ତାରେ ଯାଇ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶାରେ କଚ୍ଚା ଘରେ ବସବାସ କରୁଥିବା ସମସ୍ତ ଗରିବ ପରିବାରଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ପକ୍କା ଘର ଉପଲବ୍ଧ ନିଶ୍ଚୟ କରନ୍ତୁ । କେବଳ ଘୋଷଣାରେ ସୀମିତ ନରହି ପ୍ରଧାନମନ୍ତ୍ରୀ ଆବାସ ଦୁର୍ନିତୀରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଓ ଜେଲ୍ ପଠାଇବା ଭଳି ଦଣ୍ଡ ବିଧାନ କରିବା ପାଇଁ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ନିବେଦନ କରିଛନ୍ତି ।
ପ୍ରକାଶ ଥାଉ କି କିଛି ମାସ ତଳେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନିତୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ଟିମ୍ ଓଡିଶା ଆସି ହିତାଧିକାରୀଙ୍କୁ ଭେଟି ଅନୁଧ୍ୟାନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ୧୦୦୦କୋଟି ଟଙ୍କାର ଦୁର୍ନିତୀ ହୋଇଥିବାର ପ୍ରକାଶ ମଧ୍ୟ କରିଥିଲେ । ଦୁର୍ନିତୀରେ ସମ୍ପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । କାର୍ଯ୍ୟାନୁଷ୍ଠାନ ନେବା ଦୂରେ ଥାଉ କେନ୍ଦ୍ର ସରକାରଙ୍କର ଏହି ନିର୍ଦ୍ଦେଶକୁ ଚପାଇ ଦେବା ସହ ରାଜ୍ୟ ସରକାର ଚୁପ୍ ହୋଇବସିଛନ୍ତି । ସରକାର ନିଜେ ଦୁର୍ନିତୀରେ ସମ୍ପୃକ୍ତ ଥିବା କାରଣରୁ ଅଧିକାରୀ ଓ କର୍ମଚାରୀଙ୍ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଡରୁଛନ୍ତି ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking