29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶବିଶାଳ ବିଜୟ ଅଭିମୁଖେ ବିଜେପି: ଗୁଜୁରାଟରେ ଭାଙ୍ଗିପାରେ ୨୦ ବର୍ଷର ରେକର୍ଡ

ବିଶାଳ ବିଜୟ ଅଭିମୁଖେ ବିଜେପି: ଗୁଜୁରାଟରେ ଭାଙ୍ଗିପାରେ ୨୦ ବର୍ଷର ରେକର୍ଡ

ଗୁଜୁରାଟ: ଗୁଜୁରାଟରେ ସିଂହାସନ ହାସଲ କରିବା ଲକ୍ଷ୍ୟରେ ଆଗେଇ ଚାଲିଛି ଭାରତୀୟ ଜନତା ପାର୍ଟି । ଏକ ବୃହତ ବିଜୟର ସ୍ୱାଦ ଚାଖିପାରେ ଭାରତୀୟ ଜନତା ପାର୍ଟି । ସେପଟେ ପ୍ରମୁଖ ବିରୋଧୀ କଂଗ୍ରେସ ପାଇଁ ଗୁଜୁରାଟରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଦିନ ୧୦.୩୦ ସୁଦ୍ଧା ବିଜେପି ୧୫୦ ସିଟରେ ଆଗୁଆ ରହିଛି । କେବଳ କଂଗ୍ରେସ ନୁହେଁ, ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦମି ପାର୍ଟି ମଧ୍ୟ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରି ନାହିଁ । ଦଳ ଏବେ ମାତ୍ର ୬ ସିଟରେ ଆଗୁଆ ରହିଛି ।

ଯଦି ଏହି ପ୍ରଦର୍ଶନ ଜାରି ରହେ, ତେବେ ବିଜେପି ନିଜ ବିରୋଧିଙ୍କୁ ଏକ ବଡ ଅନୁପାତରେ ମାତ୍ ଦେଇ ବିଜୟ ଟୀକା ପରିଧାନ କରିବ । ପୂର୍ବ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ବିଶେଷ ଖରାପ ନଥିଲା । ତେବେ ଶେଷରେ ଗୁଜୁରାଟ ବିଧାନସଭା ଆସନରେ ବାଜି ମାରି ନେଇଥିଲା ବିଜେପି । କିନ୍ତୁ ଚଳିତ ନିର୍ବାଚନରେ ପ୍ରଥମରୁ ହିଁ ବିଜେପି ଅନ୍ୟ ସମସ୍ତ ଦଳ ଉପରେ ଭାରୀ ପଡିଛି । ବିରୋଧିଙ୍କୁ ପଛରେ ପକାଇ ୧୫୦ ସିଟରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି ।

ଯଦି ଗୁଜୁରାଟରେ ବିଜେପିର ରେକର୍ଡ ବିଷୟରେ ଆଲୋଚନା କରାଯାଏ, ଗତ କିଛି ବର୍ଷରେ ଏଠାରେ ବିଜେପିର ଦବଦବା ରହିଛି । ୨୦୧୭ ମସିହାରେ ବହୁମତ ବିଜେପି ସପକ୍ଷରେ ରହିଥିଲା । ଦଳ ଏହି ବର୍ଷ ୯୯ ସିଟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୭ ସିଟରେ ବିଜୟ ହାସଲ କରିଥିଲା । ଏହା ପୂର୍ବରୁ ୨୦୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା ବିଜେପି । ଏହି ଲଢେଇରେ ୧୧୫ ସିଟରେ ବିଜୟ ପ୍ରାପ୍ତି କରିଥିଲା ଭାରତୀୟ ଜନତା ପାର୍ଟି । ତେବେ କଂଗ୍ରେସ ମାତ୍ର ୬୧ ସିଟରେ ଅଟକି ଯାଇଥିଲା । ଏହି ନିର୍ବାଚନରେ ବିଜେପିକୁ ୨ଟି ସିଟ କ୍ଷତି ହୋଇଥିଲା ବେଳେ କଂଗ୍ରେସ ୨ଟି ସିଟରେ ଫାଇଦା ପାଇଥିଲା । ତେବେ ୨୦୦୨ ମସିହାରୁ ଏପର୍ଯ୍ୟନ୍ତ ରେକର୍ଡକୁ ନଜର ପକାଇଲେ ବିଜେପି ଚଳିତବର୍ଷ ସର୍ବବୃହତ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking