31.1 C
Bhubaneswar
Tuesday, May 7, 2024
Homeଓଡିଶାଓଡିଶା ଗସ୍ତରେ ଥିବା ଅନୁସୁଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଭେଟି ବିଜେପି ଅନୁସୁଚିତ ମୋର୍ଚ୍ଚା...

ଓଡିଶା ଗସ୍ତରେ ଥିବା ଅନୁସୁଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଭେଟି ବିଜେପି ଅନୁସୁଚିତ ମୋର୍ଚ୍ଚା ତରଫରୁ ଦାବୀପତ୍ର ପ୍ରଦାନ

*ରାଜ୍ୟରେ ଅନୁସୁଚିତ ଜାତି ସମ୍ବନ୍ଧୀୟ ମାମଲା ଓ ଅତ୍ୟାଚାର ପ୍ରସଙ୍ଗରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ
ଓଡିଶା ଗସ୍ତରେ ଥିବା ଅନୁସୁଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଭେଟି ବିଜେପି ଅନୁସୁଚିତ ମୋର୍ଚ୍ଚା ତରଫରୁ ଦାବୀପତ୍ର ପ୍ରଦାନ
*୨୨ବର୍ଷର ବିଜେଡି ସରକାର ରାଜ୍ୟର ଅନୁସୂଚିତ ଜାତି (ଏସସି) ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଆସୁଛି
*ବାର୍ଷିକ ହାରାହାରି ୨୦୦ରୁ ଉର୍ଦ୍ଧ୍ୱ ଅନୁସୁଚିତ ଜାତି ଅତ୍ୟାଚାର ମାମଲା ପଞ୍ଜୀକୃତ ହେବା ସତ୍ୱେ ପୀଡିତମାନଙ୍କୁ ଗୋଟିଏ ହେଲେ ନ୍ୟାୟ ପ୍ରଦାନ କରାଯାଉନାହିଁ
*ଏସସି କମିଶନଙ୍କ ଏକ ଶାଖା କାର୍ଯ୍ୟାଳୟ ଓଡିଶାରେ ଖୋଲିବାକୁ ମୋର୍ଚ୍ଚା ତରଫରୁ ଅନୁରୋଧ
ଭୂବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ୨୨ବର୍ଷର ବିଜେଡି ସରକାର ରାକ୍ୟର ଅନୁସୂଚିତ ଜାତି (ଏସସି) ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଆସୁଛି । ନ୍ୟାୟ ଏବଂ ଅଧିକାରରୁ ବଂଚିତ ଅନୁସୁଚିତ ବର୍ଗ ଲୋକମାନେ ଆଜି ମଧ୍ୟ ବହୁ ପଛରେ ରହିଯାଇଛନ୍ତି । ବାର୍ଷିକ ହାରାହାରି ୨୦୦ରୁ ଉର୍ଦ୍ଧ୍ୱ ଅନୁସୁଚିତ ଜାତି ଅତ୍ୟାଚାର ମାମଲା ପଞ୍ଜୀକୃତ ହେବା ସତ୍ୱେ ପୀଡିତମାନଙ୍କୁ ଗୋଟିଏ ହେଲେ ନ୍ୟାୟ ପ୍ରଦାନ କରାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଷ୍ଠିତ ହେବାକୁ ଥିବା ଭିଜିଲାନ୍ସ ମନିଟରିଂ କମିଟି ବୈଠକ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନହେବାରୁ ଅନୁସୁଚିତ ଜାତି ମାମଲା ସଂପର୍କିତ ବହୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁସୂଚିତ ଜାତି ଉପଦେଷ୍ଟା ବୋର୍ଡ କାର୍ଯ୍ୟ କରୁନଥିବାରୁ ଅନେକ ସମସ୍ୟା ବିଚାରଧୀନ ଅଛି । ରାଜ୍ୟରେ ଅନୁସୁଚିତ ଜାତି ସମ୍ବନ୍ଧୀୟ ମାମଲା ଓ ଅତ୍ୟାଚାର ପ୍ରସଙ୍ଗରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁସୁଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଅରୁଣ ହାଲଦାରଙ୍କୁ ବିଜେପି ଅନୁସୁଚିତ ମୋର୍ଚ୍ଚା ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି ।
ବରଗଡ ଜିଲ୍ଲା ଗାଇସିଲଟ୍ ବ୍ଲକ ଅନ୍ତର୍ଗତ ଡଙ୍ଗାବାହାଲ ଗ୍ରାମର ଅନୁସୁଚିତ ଜାତି ବର୍ଗର ୧୮ ବର୍ଷୀୟା ଝରଣା ଲୁହାଙ୍କୁ ଧର୍ଷଣ ପରେ ହତ୍ୟା ଏବଂ ପରେ ଏହାକୁ ଗଛରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବା ଭଳି ହୀନ ଘଟଣାରେ ପୋଲିସ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଶାସକ ଦଳର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁରେ ବିଜେପି ନେତା ଅନୁସୁଚିତ ଜାତି ବର୍ଗର ନିରଂଜନ ସେଠୀଙ୍କ ସମେତ ୩-୪ ଜଣଙ୍କୁ ଅତ୍ୟନ୍ତ ଅସଭ୍ୟ ଭାଷାରେ ଗାଳି ଦେବା ସହ ମାଡ ମାରିବା, ବରଗଡ ଟାଉନ ଥାନା ହାଜତରେ ତୁରା ଗ୍ରାମର ଅନୁସୁଚିତ ଜାତି ବର୍ଗ ୨୮ ବର୍ଷୀୟ ଗୋବିନ୍ଦ କୁମ୍ଭାରଙ୍କୁ ନିର୍ମମ ଭାବେ ମାଡ ମାରି ହତ୍ୟା କରିବା ଘଟଣାରେ କୈାଣସି ବିହୀତ ପଦକ୍ଷେପ ନିଆଯାଇନାହିଁ । ମନରେଗା ଦୁର୍ନୀତି ପର୍ଦ୍ଦାଫାଶ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ବିଧାୟକ ଶାସକ ଦଳର ଶ୍ରୀ ପ୍ରତାପ ଦେବଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ବାଳକାଟି ବିଜେଡି ସରପଂଚଙ୍କ ଭାଇ ଓ ସମର୍ଥକଙ୍କ ଦ୍ୱାରା ନବକିଶୋର ମଲ୍ଲିକ, ଭାଇ ଜଗବନ୍ଧୁ ମଲ୍ଲିକ, ପତ୍ନୀ ବାସନ୍ତି ମଲ୍ଲିକ, ଗଣେଷ ମଲ୍ଲିକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ଆକ୍ରମଣ ବିରୁଦ୍ଧରେ ବିଜେପି ତରଫରୁ ଆନ୍ଦୋଳନ ସତ୍ୱେ ଜିଲ୍ଲା ପୋଲିସ ତରଫରୁ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ୍‌ର ମନରେଗା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନରତ ଦଳିତ ମହିଳାଙ୍କ ଉପରେ ଆକ୍ରମଣ କରାଯିବା ସହ ଆମ୍ବେଦକରଙ୍କ ଫଟୋଚିତ୍ରକୁ ପାଦରେ ଦଳି ଦେଇ ସ୍ଥାନୀୟ ବିଜେଡି ଦଳର ସରପଂଚଙ୍କ ପୁଅ ଓ ବିଜେଡି ସମର୍ଥକମାନେ ହିଂସା ଭିଆଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଭଳି ସଂଗୀନ ଘଟଣାରେ ରାଷ୍ଟ୍ରୀୟ ଏସସି କମିଶନ ତୁରନ୍ତ ହସ୍ତକ୍ଷେପ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ତରଫରୁ ଦାବୀ କରାଯାଇଛି । ଏଥି ସହ କମିଶନଙ୍କ ଏକ ଶାଖା କାର୍ଯ୍ୟାଳୟ ଓଡିଶାରେ ଖୋଲିବାକୁ ମୋର୍ଚ୍ଚା ତରଫରୁ ଅନୁରୋଧ କରାଯାଇଛି ।
ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦକ ସୁଶାନ୍ତ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ, ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ରାଘବ ମଲ୍ଲିକ, ରାଜ୍ୟ ସଂଯୋଜକ ଡା.ରବିନ୍ଦ୍ର ବେହେରା, ଡା.କାଳୁଚରଣ ସେଠୀ, ଡା.ସତ୍ୟଜିତ ମଲ୍ଲିକ, ଜଗନ୍ନାଥ ବେହେରା, ମନୋଜ ବେହେରା, ଦିବାକର ଭୋଇ, ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking