32.1 C
Bhubaneswar
Saturday, May 4, 2024
Homeଓଡିଶାଅହେତୁକ ବିଦ୍ୟୁତ ବିଲ କୁ ହ୍ରାସ କରିବା ସହ ନିରବଛିର୍ଣ ବିଦ୍ୟୁତ ଯୋଗାଣ ଦାବିରେ ଭାରତୀୟ...

ଅହେତୁକ ବିଦ୍ୟୁତ ବିଲ କୁ ହ୍ରାସ କରିବା ସହ ନିରବଛିର୍ଣ ବିଦ୍ୟୁତ ଯୋଗାଣ ଦାବିରେ ଭାରତୀୟ ଜନତା ପାର୍ଟି ତରଫରୁ ୭ ଦିନିଆ ପ୍ରତିବାଦ ସଭା ଜାରି

ଯାଜପୁର (ଓଏନଏ)- ରାଜ୍ୟ ସରକାର ବିଦ୍ୟୁତ ବିଲ ରେ ୟୁନିଟ ପିଛା ୩୦ପଇସା ବୃଦ୍ଧି କରି ନିରୀହ ଜନସାଧାର ଙ୍କୁ ଶୋଷଣ କରୁଛନ୍ତି ।ରାଜ୍ୟରେ ୨୬ ଗୋଟି ବଡ ଶିଳ୍ପ ସଂସ୍ଥା ଉପରେ ୨୯୪୯.୬୬ କୋଟି ଟଙ୍କା ବିଦ୍ୟୁତ ବିଲ ବାକି ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୯ ଗୋଟି ସରକାରୀ କଲେଜ ରେ ୫୦ଲକ୍ଷ ରୁ ଉର୍ଦ୍ଧ ବକେୟା ବିଦ୍ୟୁତ ବିଲ ପଡ଼ିରହିଛି ।କୋରନା ମହାମାରୀ ସମୟରେ ଲକଡାଉନ ସଟଡାଉନ ଫଳରେ ସାଧାରଣ ଜନତା ନିଜର ରୋଜଗାର ହରାଇ ମୁଣ୍ଡରେ ହାତଦେଇ ବସିଥିବା ସମୟରେ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ବିଲ ଦେଇ ୯୨ ଲକ୍ଷ ସାଧାରଣ ବିଦ୍ୟୁତ ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି ।। ତେବେ ସାରା ରାଜ୍ୟରେ ବିଜେପି ପକ୍ଷରୁ ଏହାକୁନେଇ ପ୍ରତିବାଦ କରାଯାଉଥିବା ବେଳେ ଧର୍ମଶାଳା ବିଜେପି ତରଫରୁ ରମେଶ ଚନ୍ଦ୍ର ପରିଡା ଙ୍କ ସଭାପତିତ୍ୱ ରେ ତଥା ବିଜେପି ନେତ୍ରୀ ସ୍ମୃତିରେଖା ପହି , ସର୍ବେଶ୍ୱର ବେଉରା ,ମୋନାଲିସା ଦାସ , ସ୍ମୃତିରଞ୍ଜନ ବେହେରା ଙ୍କ ସମେତ ବହୁ ବିଜେପି କର୍ମୀ ପ୍ରତିବାଦ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking