33.1 C
Bhubaneswar
Thursday, April 25, 2024
Homeଓଡିଶାମିଳିତ ମଞ୍ଚ ପକ୍ଷରୁ ନୀଳାଚଳ ମ୍ୟାନେଜେମେଣ୍ଟ ସହିତ ଆଲୋଚନା ଓ ଦାବୀ ପତ୍ର 

ମିଳିତ ମଞ୍ଚ ପକ୍ଷରୁ ନୀଳାଚଳ ମ୍ୟାନେଜେମେଣ୍ଟ ସହିତ ଆଲୋଚନା ଓ ଦାବୀ ପତ୍ର 

ଯାଜପୁର  : ଆଜି ମଧ୍ୟାହ୍ନରର ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ଆଇନ ଅନୁସାରେ ଶୃଙ୍ଖଳାର ସହ ନୀଳାଚଳ ମିଳିତ ମଞ୍ଚର ଏକ ପ୍ରତିନିଧିଦଳ କୋଭିଡ ନୀୟମ ମାନି ନୀଳାଚଳ ମ୍ୟାନେଜମେଣ୍ଟ ସହିତ ହାଉସ ପୁଟିକ ତଳେ ସର୍ଵ ସମୁଖରେ ଚୁକ୍ତିପତ୍ର ଅନୁଯାଇ ଦରମା ପ୍ରଦାନ ଉପରେ ଆଲୋଚନା କରିବା ପରେ ଦାବି ପତ୍ର ପ୍ରଦାନ କରିଥିଲେ । ନୀଳାଚଳ ମ୍ୟାନେଜମେଣ୍ଟ ତରଫରୁ ଦିଆଯାଥିବା ପ୍ରତିଶ୍ରୁତି ହେଲା ଗଛିତ ଅର୍ଥ ଅନୁଯାଇ ଚଳିତ ଜୁଲାଇ ମାସର ୩୦ ତାରିଖ ପୁର୍ବରୁ ୧୫ ଦିନର ଦରମା ମିଳିବ ।, ଜିଲ୍ଲା ପ୍ରଶାସନ ସହିତ ଚୁକ୍ତିପତ୍ର ପଏଣ୍ଟ ନଂ-୨ ଅନୁଯାଇ ଏକ ରେକ ଲୋଡିଙ୍ଗ କୋକ ଛାଡିବା ପୂର୍ବରୁ ୧୫ଦିନର ଦରମା ମିଳିବ ।, କଟାଯାଇଥିବା ଲୋନ କିସ୍ତି (EMI) ଲୋନ ଆକାଉଣ୍ଟରେ ଜମା ହେବ ନଚେତ କର୍ମଚାରୀ ଆକାଉଣ୍ଟକୁ ଯିବ । ମିଳିତ ମଞ୍ଚ ତରଫରୁ ପ୍ରସ୍ତାବ– (୧) ନିୟମିତ ଦରମା ପ୍ରଦାନର ସ୍ଥାଇ ସମାଧାନ ଏବଂ ବିବାଦୀୟ ପରିସ୍ଥିତି ଦୂର କରିବା ପାଇଁ ସମସ୍ତ ସଙ୍ଗଠନର ପ୍ରତିନିଧିଙ୍କୁ ନେଇ ପ୍ରଶାସନ ସହିତ ଉଚ୍ଚ ସ୍ତରୀୟ ବୈଠକ ଓ ସଠିକ ଚୁକ୍ତିପତ୍ର । (୨) ପ୍ରଶାସନ ସହିତ ଚୁକ୍ତିପତ୍ର ପଏଣ୍ଟ ନଂ-୨ ରେ କୋକ Despatchର ଦରମା ବିଷୟରେ ଲେଖାଯାଇଛି କିନ୍ତୁ Scrap ଓ ଅନ୍ୟ ମାଟ୍ରିଆଲ Despatchରେ ଦରମା ପ୍ରଦାନର କ୍ଲିଅର ନଥିବାରୁ ଉଚ୍ଚସ୍ତରୀୟ ବୈଠକ ଦ୍ୱାରା ସମାଧାନ କରାଯାଉ । କର୍ମଚାରୀ ଙ୍କୁ ଦରମା ସମ୍ପର୍କୀୟ ପ୍ରସ୍ତାବ ,ତୁରନ୍ତ କାର୍ଯ୍ୟକାରି କରିବାକୁ ଆଇନ ଅନୁଯାୟୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ, ନହେଲେ ଆଗାମୀ ଦିନରେ ଆଇନ ଅନୁଯାୟୀ ଜୀଵନ ଜବିକା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି ।।

: ରିପୋର୍ଟ ଅଭିମନ୍ୟୁ ମିଶ୍ର ,ଓଏନଏ,

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking