38.1 C
Bhubaneswar
Friday, April 26, 2024
Homeଓଡିଶାବିଜେଡିର ମହାମିଶ୍ରଣ ପର୍ବ ଅନୁଷ୍ଠିତ

ବିଜେଡିର ମହାମିଶ୍ରଣ ପର୍ବ ଅନୁଷ୍ଠିତ

 

ମୟୂରଭଞ୍ଜ :  ଓଡ଼ିଶାର ଅପ୍ରତିଦ୍ବନ୍ଦି ବିଜେଡି ସୁଶାସନରେ ଏକ ନମ୍ବର ସ୍ଥାନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ଓ ଓଡ଼ିଆଙ୍କୁ ଭଲପାଇବା ଦେଇ ସମଗ୍ର ଓଡ଼ିଶାରେ ଦିନକୁଦିନ ବିଜେଡି ସରକାରଙ୍କ ସୁଶାସନ ଲୋକପ୍ରିୟତାର ଚରମ ସୀମାରେ। ସେପଟେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ସଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ। ଶ୍ରୀ ଦାସଙ୍କର ମୟୂରଭଞ୍ଜ ଗସ୍ତ ସମୟରେ ମୟୂରଭଞ୍ଜ ଜିଲ୍ଲା ଓ ସଙ୍ଗଠନର ଉନ୍ନତି ପାଇଁ ସଦାସର୍ବଦା ପ୍ରୟାସଜାରି ରଖି ସବୁ ମହଲରେ ପ୍ରଶଂସିତ। ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ମୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ ଠାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କା, ମୋରଡା ବିଧାୟକ ରାଜକିଶୋର ଦାସଙ୍କ ଉପସ୍ଥିତିରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିରୋଧୀ ବିଜେପି, ଜେଏମ୍ଏମ୍ ଓ କଂଗ୍ରେସ ଦଳର ହଜାରେରୁ ଉର୍ଦ୍ଧ୍ବ ସକ୍ରିୟକର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ରାଜସ୍ୱ ମନ୍ତ୍ରୀଙ୍କ ଅବିଭାଷଣରେ ଯୁବକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବାକୁ ପ୍ରେରଣା ଦେଇଥିଲେ। ମିଶ୍ରଣ ପର୍ବରେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଦାସଙ୍କ ଅବିଭାଷଣରେ ଓଡ଼ିଶାର ଏକ ମାତ୍ର ଆଞ୍ଚଳିକ ଦଳ ଭାବେ ରାଜ୍ୟର ସର୍ବାଙ୍ଗିନ ଉନ୍ନତିରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଉପସଭାପତି ଡ଼ଃ ଆଦିତ୍ୟ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି, ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଅନ୍ୟପଟେ ଏହି ମହାମିଶ୍ରଣ ପର୍ବକୁ ନେଇ ଦଳୀୟ ପୁରୁଖା କର୍ମୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ବେଳେ ଆଗାମୀ ଦିନରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରି ଦଳକୁ ଅକଳିଆ ପରିସ୍ଥିତିରେ ପକାଇବ ବୋଲି ଆଲୋଚନା ହେଉଛି। ତେବେ ପୁରୁଖା କର୍ମୀମାନେ ଦଳକୁ ଆଗେଇ ନେବାରେ ଆଜିପର୍ଯ୍ୟନ୍ତ ସଫଳ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଦୃଢ଼ କରିବାରେ ସମର୍ଥ ହୋଇଆସିଛନ୍ତି । କିନ୍ତୁ ଆଜି ଉପେକ୍ଷିତ ହେଉଥିବା ଚର୍ଚ୍ଚା ଆଗାମୀ ଦିନରେ ଦଳକୁ ଅଡୁଆରେ ପକାଇବାର ଆଶଙ୍କା ପ୍ରକଟ ହେଉଛି। ସେଭଳି ସ୍ଥିତିରେ ଆଜିର ମିଶାଣ ରାଜନୀତି ଦଳକୁ କେତେ ଉତ୍ସ୍ୟହିତ କରିବ ନା ନେତାଙ୍କୁ ପ୍ରଭାବଶାଳୀ କରି ଭିତରେ ଭିତରେ ଫେଡାଣ ଚିନ୍ତା ଘାରିବ ତାର ପ୍ରମାଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସ୍ପଷ୍ଟ ପ୍ରମାଣିତ କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking