29.1 C
Bhubaneswar
Saturday, April 27, 2024
Homeଓଡିଶାବିଜେପି-ବିଜେଡିର ଗୁଜୁରାଟ ଲଢେଇ

ବିଜେପି-ବିଜେଡିର ଗୁଜୁରାଟ ଲଢେଇ

ଭୁବନେଶ୍ୱର : କରୋନା ପ୍ରକୋପ ଆରମ୍ଭ ହେବା ପରେ ରାଜ୍ୟରେ ପ୍ରାୟ ଏକମାସ ହେଲା ରାଜନୀତିକ ଆରୋପ ପ୍ରତ୍ୟାରୋପ, ଆଲୋଚନା ସମାଲଲୋଚନା ଏକପ୍ରକାର ଠପ ହୋଇାଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଏକ ଟ୍ୱିଟ ରାଜନୈତିକ ଝଡ ସୃଷ୍ଟି କରିଛି । ବିଜେଡି ନେତାଙ୍କୁ ଆକ୍ଷେପ କରି ବିଜୟ ଛାଡିଥିବା ଟ୍ୱିଟ ବେଶ ଚର୍ଚ୍ଚାର ବିଷୟ ହୋଇଛି । ସେ ଉଠାଇଥିବା ପ୍ରଶ୍ନର ଉତ୍ତରରେ ଅନେକ ରିଟ୍ୱିଟ ମଧ୍ୟ କରିଛନ୍ତି । ବିଜେଡି ବିଜେପି ଭିତରେ ଯେଉଁ ତୁ ତୁ ମେ ମେ କିଛି ଦିନ ଧରି ଚାଲିଥିଲା ତା ପୁଣି ମୁଣ୍ଡ ଟେକିଥିବା ର ସୂଚନା ମିଳିଛି ।
 

ବିଜୟ ତାଙ୍କ ଟ୍ୱିଟରେ ଗତ ନିର୍ବାଚନରେ ଭୁବନେଶ୍ୱରରୁ ବିଜେଡିର ଲୋକସଭା ପ୍ରାର୍ଥୀ ଥିବା ଅରୂପ ପଟ୍ଟନାୟକଙ୍କୁ ଆକ୍ଷେପ କରି ବିଜୟ ଟ୍ୱିଟ କରିଛନ୍ତି । ବର୍ତମାନ ବିଜୟଙ୍କ ଟ୍ୱିଟକୁ ନେଇ ଅରୁପ ପାଲଟା ଦୋଷ ବିଜେପି ଉପରେ ହିିଁ ଢାଳିଛନ୍ତି । ବର୍ତମାନ କରୋନା ପାଇଁ ସମଗ୍ର ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ ଡାଉନ ଘୋଷଣା କରିବା ପରେ ସବୁ ରାଜ୍ୟର ସୀମାକୁ ସିଲ୍ କରିଦିଆଯାଇଛି । ଫଳରେ ବିଭିନ୍ନ ରାଜ୍ୟରେ ଥିବା ଓଡିଆ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଚାହିଁଲେ ବି ଆସିପାରୁନାହନ୍ତି । ଗଣମାଧ୍ୟମ ଓ ସୋସିଆଲ ମିଡିଆ ରେ ବିଭିନ୍ନ ରାଜ୍ୟରେ ଥିବା ଓଡିଆ ମାନଙ୍କ ଆକୁଳ ନିବେଦନର ଭିଡିଓ ଓ ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ପଦକ୍ଷେପ ଘୋଷଣା କରିଥିଲେ । ଓଡିଆମାନଙ୍କୁ ସହାୟତା କରିବା ପାଇଁ ନବୀନ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସହଯୋଗ ଲୋଡିଥିଲେ ଓ ଏ ବାବଦରେ ଯାହା ଖର୍ଚ୍ଚ ହେବ ଓଡିଶା ସରକାର ବହନ କରିବେ ବୋଲି କହିଥିଲେ । ଏଥିସହ ନିଜ ଦଳର ନେତାମାନଙ୍କୁ ମଧ୍ୟ ଅନ୍ୟ ରାଜ୍ୟରେ ଥିବା ଓଡି଼ଆମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ସହାୟତା କରିବା ପାଇଁ ଦାୟିତ୍ୱ ଦେଇଥିଲେ । ଏଥିରେ ଗୁଜରାଟରେ ଥିବା ଓଡିଆମାନଙ୍କ ଦାୟିତ୍ୱ ଓଡିଶା ମୋ ପରିବାରର ଅଧ୍ୟକ୍ଷ ଥିବା ଅରୁପ ପଟ୍ଟନାୟକଙ୍କୁ ଦେଇଥିଲେ । କିନ୍ତୁ ଗୁଜୁରାଟରେ ଥିବା ଓଡିଆମାନେ ଖାଇବା ଓ ରହିବାରେ ହଇରାଣ ହରକତ ହେବା ପରେ ସେମାନେ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଏହି ଘଟଣାକୁ ଆଧାର କରି ବରିଷ୍ଠ ନେତା ବିଜୟ ମହାପାତ୍ର ଟ୍ୱିଟ କରି ଅରୂପ ପଟ୍ଟନାୟକଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କୁ ଜଣେ ବାହାରର ବ୍ୟକ୍ତି ଭାବେ ଅଭିହିତ କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଗୁଜୁରାଟରେ ଓଡିଆଙ୍କ ଦାୟିତ୍ୱ ଦେଇଥିବା ବେଳେ ସେ କଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଲେ । ଏହାକୁ ନେଇ ବିଜେଡି ମଧ୍ୟରେ ପ୍ରତିକ୍ରିୟା ମଧ୍ୟ ଦେଖାଦେଲା । ଅନେକ ଆଲୋଚନା ଓ ସମାଲୋଚନା ମଧ୍ୟ ଏହାକୁ ନେଇ ସୋସିଆଲ ମିଡିଆରେ ଚାଲିଛି ।

ଏ ସଂପର୍କରେ ଅରୂପ ପଟ୍ଟନାୟକଙ୍କୁ ପଚରାଯିବାରୁ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଲକ ଡାଉନ ଯୋଗୁଁ ସେ ଏବେ ବମ୍ବେରେ ରହିଯାଇଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ଗୁଜୁରାଟ ଦାୟିତ୍ୱ ଦେବା ପରେ ସେ ଗୁଜୁରାଟ ଯାଇ ଓଡିଆ ଲୋକଙ୍କ ସମସ୍ୟା ବୁଝିବାକୁ ଚାହିଁଥିଲେ । କିନ୍ତୁ ତାଙ୍କୁ ଗୁଜୁରାଟ ଭିତରକୁ ଯିବା ପାଇଁ ଅନୁମତି ମିଳିଲାନାହିଁ । ଏହାପଛରେ କଣ ରାଜନୈତିକ ଉଦ୍ଦେଶ୍ୟ ରହିଛି ଓ କାହା ଚାପରେ ତାଙ୍କୁ ଗୁଜୁରାଟକୁ ଯିବା ପାଇଁ ଅନୁମତି ମିଳିଲା ନାହିଁ ସେ ବିଷୟରେ ଅନୁଧ୍ୟାନ ହେବା ଦରକାର । ସେ ଏବେ ବମ୍ବେରେ ରହି ମହାରାଷ୍ଟ୍ରରେ ଥିବା ଓଡିଆମାନଙ୍କ କଥା ବୁଝୁଛନ୍ତି । ମୋ ପରିବାର ପକ୍ଷରୁ ଯାହା କାର୍ଯ୍ୟକ୍ରମ ଗ୍ରହଣ କରାଯିବା କଥା, ତାହା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଆସିଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ ଆସିଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଗୁଜୁରାଟରେ ଥିବା ଓଡିଆ ଲୋକଙ୍କ ଦାୟିତ୍ୱ ନେବା କଥା ଉଲ୍ଲେଖ କରିଥିଲେ । ଗୁଜୁରାଟରେ ଥିବା ଓଡିଆ ଶ୍ରମିକମାନେ ଯେପରି କୌଣସି ହଇରାଣ ହରକତ ନ ହୁଅନ୍ତି, ସେମାନଙ୍କର ସମସ୍ତ ଖାଇବା ରହିବାର ବ୍ୟବସ୍ଥା କରିବା ପାଇଁ, ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଟେଲିଫୋନ ଯୋଗେଁ କଥା ହୋଇଥିଲେ ବୋଲି ଭରଷା ଦେଇଥିଲେ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ତାଙ୍କୁ ଏନେଇ ଆଶ୍ୱସ୍ତ କରିଥିବା କଥା ମଧ୍ୟ କେନ୍ଦ୍ରମନ୍ତ୍ରୀ ଦର୍ଶାଇଥିଲେ ।
ଏନେଇ ବିଜେଡି ନେତାମାନେ ବିଜେପି କୁ ଏବେ ଗାଳି କରିବା ଆରମ୍ଭ କରିଛନ୍ତି । ବିଜେପି ନେତା ବିଜେଡିକୁ ପ୍ରଶ୍ନ କରିବା ବଦଳରେ ନିଜ ଦଳ ର ନେତାଙ୍କୁ ପ୍ରଶ୍ନ କରନ୍ତୁ । ଗୁଜୁରାଟରେ ବିଜେପି ସରକାର ଥିଲା ବେଳେ ସେଥିରେ କିପରି ଓଡିଆ ଲୋକମାନେ ହଇରାଣ ହେଉଛନ୍ତି ଏବଂ ପୋଲିସ ନିର୍ଯାତନାର ଶିକାର ହୋଇଛନ୍ତି ତାହାର ଉତର ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking