35.7 C
Bhubaneswar
Saturday, April 18, 2026
Homeଓଡିଶାବିଜେଡିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବିଜେଡିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ ଶନିବାର ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଫଳରେ ସମଗ୍ର ଜିଲ୍ଲାରେ ପ୍ରଭାବ ପଡିଛି । କଂଗ୍ରେସ ଦଳ ସମର୍ଥନ ଜଣାଇଥିବା ବେଳେ ଉଭୟ ଦଳର କର୍ମୀଙ୍କ ପିକେଟିଂ ଯୋଗୁ ବିଭିନ୍ନ ସ୍ଥାନରେ ଯାନବାହାନ, ବସ, ଟ୍ରକ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଏନେଇ ବିଜେଡି ବାଇକ ରାଲି ଯୋଗେ ବାରିପଦା ସହରର ବ୍ୟବସାୟୀ ଓ ଜନସାଧାରଣଙ୍କୁ ସମର୍ଥନ ପାଇଁ ନିବେଦନ କରାଯାଇଥିଲା । ସୂଚନାଯୋଗ୍ୟ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟା ଲଘୁ ଉନ୍ନୟନ ବିଭାଗରେ ପରିଚାଳିତ ମୟୂରଭଞ୍ଜ ଜିଲାର ସମସ୍ତ ଆବାସିକ ଶିକ୍ଷାନୁଷ୍ଠାନରେ ଘଟଣାର ପୁନରାବୃତ୍ତି ନ ହେବା, ଘଟଣାର ନ୍ୟାୟିକ ତଦନ୍ତ ସହିତ ଜଡ଼ିତ ଅଧିକାରୀଙ୍କ ବିରୋଧ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ, ମୃତ ଛାତ୍ରୀର ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ସହିତ ବାପା କିମ୍ବା ମା’ଙ୍କୁ ସରକାରୀ ଚାକିରି ଯୋଗାଇଦେବା ନେଇ ଦୁଇ ଦଳର ଦାବି ଓ ଆଭିମୁଖ୍ୟ ସମାନ ଥିବାରୁ ଡବଲ ଇଞ୍ଜିନ ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ ମିଳିତ ଭାବେ ପ୍ରଦର୍ଶନ କରାଯାଉଛି ବୋଲି ଉଭୟ ଦଳର ନେତୃବୃନ୍ଦ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking