35.7 C
Bhubaneswar
Saturday, April 18, 2026
Homeଦେଶ ବିଦେଶମୋଦୀଙ୍କୁ ଭେଟିଲେ ମନମୋହନ

ମୋଦୀଙ୍କୁ ଭେଟିଲେ ମନମୋହନ

ନୂଆଦିଲ୍ଲୀ: ମୋଦୀଙ୍କୁ ଭେଟିଲେ ମନମୋହନ । ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ କାର୍ଯ୍ୟାଳୟରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମନମୋହନ । ସାର୍ଥକ ସାକ୍ଷାତ ସମୟରେ ଓଡିଶାର ସମଗ୍ର ଉନ୍ନତି ସହ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସମ୍ପୁର୍ଣ୍ଣ ଆଲୋଚନା ହୋଇଥିବା ସେ କହିଛନ୍ତି । ମନମୋହନ କହିଛନ୍ତି, ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବା ଓ ଜନସାଧାରଣଙ୍କ ମଙ୍ଗଳକାମନାରେ ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ଆଗେଇ ନେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୂଲ୍ୟବାନ ଉପଦେଶ ଏ ପ୍ରେରଣା ପାଇଲି । ତାଙ୍କର ଦୃଢ ନେତୃତ୍ୱ ଓ ଦେଶସେବାରେ ପ୍ରତିବଦ୍ଧତା ଆମ ସମସ୍ତଙ୍କ ପାଇଁ ଅପାର ପ୍ରେରଣା । ଓଡିଶାର ସମୃଦ୍ଧି ଓ ଲୋକମାନଙ୍କ ଉନ୍ନତି ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ପ୍ରତିବଦ୍ଧ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking